ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା: ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତ ମକୁ ଓରଫ ସୁଧାଂଶୁ ଭୂଷଣ ସାମଲକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଦୋଷୀକୁ ୫ ହଜାର ଟଙ୍କା ଜୋରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଦୋଷୀକୁ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨ ମସିହା ଜାନୁଆରୀ ମାସ ୨୩ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ପାଟକୁରା ଥାନା ଅଧିନ ଏକ ଗ୍ରାମରେ ଜଣେ ୧୧ ବର୍ଷର ନାବାଳିକା ଓ ତାଙ୍କ ୬ବର୍ଷର ଛୋଟ ଭାଇ ଘରେ ଏକାଥିବା ବେଳେ ଅଭିଯୁକ୍ତ ସୁଧାଂଶୁ ନାବାଳିକାଙ୍କ ଘରେ ବାରଣ୍ଡାରେ ବସି ମଦ ପିଇଥିଲା। ଏହାକୁ ନାବାଳିକା ଜଣଙ୍କ ବିରୋଧ କରି ବାରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିରେ ଭୟଭୀତ ହୋଇ ନାବାଳିକା ଜଣଙ୍କ ଘର ଭିତରକୁ ପସି ଯାଇଥିଲେ। ଅଭିଯୁକ୍ତ ସୁଧାଂଶୁ ମନ୍ଦ ଉଦେଶ୍ୟରେ ତାଙ୍କୁ ଅନୁସରଣ କରି ଯାଇ ନାବାଳିକାର ହାତ ଧରିନେଇଥିଲା। ଏହାପରେ ଏକ ଗାମୁଛାରେ ନାବାଳିକାର ହାତ ଓ ଗୋଡକୁ ବାନ୍ଧି ଦେଇ ତାକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକାର ଭାଇ ବିରୋଧ କରିଥିଲେ। ଫଳରେ ଅଭିଯୁକ୍ତ ସୁଧାଂଶୁ ତାର ତଣ୍ଟିି ଚିପି ଦେଇଥିଲେ। ଏହାର ସୁଯୋଗ ନେଇ ନାବାଳିକା ଜଣଙ୍କ ଅଭିଯୁକ୍ତ ପଞ୍ଝାରୁ ଖସି ପଳାଇ ଯାଇଥିଲେ। ତେଣୁ ଅଭିଯୁକ୍ତ ସୁଧାଂଶୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପାଟକୁରା ଥାନା ପୋଲିସ ଥାନା କେଶ ନମ୍ବର -୪୨୯/୨୦୨୨ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହେରୁ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ