ଆଦୀବାସୀ ସମାଜତରଫରୁ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) ରାୟଗଡ଼ା ଜିଲ୍ଲା ମୁନିଗୁଡାର ବ୍ଲକ୍ ସମ୍ମିଳନୀ କକ୍ଷ ପରିସରରେ ବ୍ଳକ ଆଦିବାସୀ ସମାଜ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ମୁନିଗୁଡା ବ୍ଳକ ଆଦିବାସୀ ସମାଜର ସଭାପତି ଜଗନ୍ନାଥ ନୁଣ୍ଡୃକାଙ୍କ ତତ୍ୱାବଧାନ ଓ ଶିକ୍ଷକ ଚନ୍ଦନ ପିଡିକାକାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଳକ ଅଧକ୍ଷା ଦୁଖୀନି ନୁଣ୍ଡୃକା, ଆଦିବାସୀ ସମାଜର ପ୍ରଚାର ପ୍ରସାର କମିଟିର ପ୍ରମୁଖ ପ୍ରକାଶ କରସିକା, କୋଷାଧ୍ୟକ୍ଷ ଅନନ୍ତ ନୁଣ୍ଡ୍ରୁକା,ବେଣୁଧର ଗାଡେକା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବ୍ଳକର ନିଟ୍ ପରିକ୍ଷାରେ ସଫଳତା ହାସଲ କରିଥିବା ତିନି ଜଣ ଛାତ୍ରଛାତ୍ରୀ ନିତ୍ୟାନନ୍ଦ ହୁଇକା,ଅଜିତ କୁମାର ମହାନନ୍ଦିଆ ଓ ବେଦିକା ରାଣୀ ଜାତିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ତରଫରୁ ପୁଷ୍ପଗୁଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଉପସ୍ଥିତ ସମାଜର ସମସ୍ତ କର୍ମକର୍ତା ମାନେ ଛାତ୍ରଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ବଳ କାମନା କରିବା ସହ ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିବା ସହ ଭବିଷ୍ୟତରେ ଜଣେ ଜଣେ ସଫଳ ଡାକ୍ତର ହୋଇ ନିଜ ଗାଁ ଓ ଅବହେଳିତ ଅଞ୍ଚଳର ଲୋକଙ୍କ ସେବା କରିବାକୁ ନିଜର ଲକ୍ଷ୍ୟ ରଖିବେ ବୋଲି ଆଶା ପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ୫୦ ରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ରହିଥିବା ବେଳେ ଶିବପଦାର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ କରସିକା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ