ସାହିତ୍ୟ ଏକାଡେମୀର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ ବ୍ୟାଙ୍କ କଲୋନୀଠାରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଗଞ୍ଜାମ ଜିଲ୍ଲା ଶାଖାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବଂଶୀଧର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏକାଡେମୀର ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ଇନ୍ଚାର୍ଜ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ଆଗାମୀ ଦିନରେ ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଏକାଡେମୀର କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଇନ୍ଚାର୍ଜ, ବଳରାମ ବେହେରାଙ୍କୁ ଉପଦେଷ୍ଟା, ବଂଶୀଧର ସେଠୀଙ୍କୁ ଜିଲ୍ଲା ସଭାପତି, କୀର୍ତ୍ତନ ଦାସ ଓ ପ୍ରହଲ୍ଲାଦ ବେହେରାଙ୍କୁ ଉପସଭାପତି, ଚିନ୍ତାମଣି ବେହେରାଙ୍କୁ ସାଧାରଣ ସମ୍ପାଦକ, ଅଞ୍ଜନା ବେହେରାଙ୍କୁ ସମ୍ପାଦକ ଏବଂ ମହାଦେବ ମଲ୍ଲିକଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ସୂଚନା ଦିଆଯାଇଥିଲା। ସେହିପରି ଖଲ୍ଲିକୋଟ ବ୍ଲକ ପାଇଁ ତରୁଣ କୁମାର ନାୟକଙ୍କୁ ସଭାପତି, ହରେକୃଷ୍ଣ ମଲ୍ଲିକଙ୍କୁ ସମ୍ପାଦକ ଏବଂ ଲକ୍ଷ୍ମୀ ଦାସଙ୍କୁ ସହ-ସମ୍ପାଦକ; ଗଞ୍ଜାମ ବ୍ଲକ ପାଇଁ ଡ. ବ୍ରଜବନ୍ଧୁ ବେହେରାଙ୍କୁ ସଭାପତି, ମହେଶ୍ୱର ବେହେରାଙ୍କୁ ସମ୍ପାଦକ ଓ ଦିଲୀପ କୁମାର ବେହେରାଙ୍କୁ ଉପସଭାପତି ଏବଂ ଛତ୍ରପୁର ବ୍ଲକ ପାଇଁ ମମତା ନାୟକଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି। ଶେଷରେ ହରେକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।


