ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତାଙ୍କ ବିୟୋଗ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ସଭାପତି ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପିତା ଗଙ୍ଗାଧର ସାହୁଙ୍କ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩୦-୪-୨୬ ତାରିଖ ଦିନ ମୃତ୍ୟୁ ହୋଇଥିବା ବେଳେ ଶେଷ କୃତ ନିଜ ପୈତୃକ ଗ୍ରାମ ହାତୀଓଟରେ ସମାପନ ହୋଇଥିଲା। ସ୍ବର୍ଗତ ଗଙ୍ଗାଧର ସାହୁଙ୍କ  ବିୟୋଗରେ ଶିଶୁ ମନ୍ଦିର ପରିଶରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଶ୍ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା, ମାଉସୀ ମା ଓ ବାହନ ଚାଳକ ଭାଇ ମାନେ ଉପସ୍ଥିତ ରହି ନୀରବ ପ୍ରାର୍ଥନା ପୂର୍ବକ ଦିବଂଗତ ଆତ୍ମାର ସଦଗତି ପାଇଁ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ