ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନର ହସ୍ତକ୍ଷେପ ପରେ ହେଲା ଶବ ବ୍ୟବଚ୍ଛେଦ ଗୃହ

ବେତନଟୀ (ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଭାବେ ଶବ ବ୍ୟବଚ୍ଛେଦ ଗୃହ ଉଦ୍ଘାଟନ ପରେ ଗତ ମାର୍ଚ୍ଚ ୨୧ତାରିଖ ରେ ଜିଲ୍ଲା ପ୍ରଶାସନ ସହାୟତା ରେ ପ୍ରଥମ ଥର ପାଇଁ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ ଥିଲା।  ବେତନଟୀ ପାଇଁ ସ୍ବତନ୍ତ୍ର ସୁଇପର ନିଯୁକ୍ତି ହୋଇ ନଥିବା ବେଳେ ବାରିପଦାରୁ ସୁଇପର ଆସି ଶବ ବ୍ୟବଚ୍ଛେଦ କାର୍ଯ୍ୟ କରିଥିଲେ। ସେହଦିନଠାରୁ ନିୟମିତ ଭାବେ ଶବ ବ୍ୟବଚ୍ଛେଦ କାର୍ଯ୍ୟ କରାଯିବାକୁ ନେଇ ବେତନଟୀ ବାସୀ ଆଶା ରଖିଥିବାବେଳେ କେତେକ ଶବକୁ ବେତନଟୀ ଡାକ୍ତର ଖାନା କତୃପକ୍ଷ କେତେକ ସମସ୍ୟା ଦେଖାଇ ବ୍ୟବଚ୍ଛେଦ ପାଇଁ ଆସିଥିବା ମୃତକ ପରିବାରକୁ ବ୍ୟବଚ୍ଛେଦ ନ କରାଇ ବାରିପଦା ଯିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଉଠିଥିଲା।  ଏଥି ପାଇଁ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ସକାଳେ ବେତନଟୀ ଥାନା ଅଧୀନ ବାହାନଡା ଗ୍ରାମର ନବ କୁମାର ନାୟକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ ହୋଇଥିଲା ମୃତକଙ୍କ ପରିବାର ଶବ ବ୍ୟବଚ୍ଛେଦ ପାଇଁ ବେତନଟୀ ଡାକ୍ତରଖାନାକୁ ଆସିଥିବା ବେଳେ କେତେକ ସମସ୍ୟା ଦେଖାଇ ବାରିପଦା ଯାଇ ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତରଖାନା କର୍ତୃପକ୍ଷ କହିଥିଲେ ସେ ଅତ୍ୟନ୍ତ ଗରିବ ଲୋକ ହୋଇ ଥିବାରୁ ବାରିପଦା ଠାରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଏକମତ ହୋଇ ନଥିଲି ଯାହା ଫଳରେ ବାହାନଡାର କେତେକ ଗ୍ରାମବାସୀ ବାରିପଦାରେ ଶବ ବ୍ୟବଚ୍ଛେଦ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବିଷୟକୁ ବାହାନଡା ଗ୍ରାମର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍ ନଜରକୁ ଆଣିଥିଲେ ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍ର ହସ୍ତକ୍ଷେପ ପରେ ସୁଇପର ସମସ୍ୟାକୁ ଦର୍ଶାଇ ବେତନଟୀ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସିପୁନ କୁମାର ପଣ୍ଡା ବେତନଟୀରେ ଶବ ବ୍ୟବଚ୍ଛେଦ ହୋଇ ପାରିବ ନାହିଁ କହି ଏଡାଇ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଲକ୍ ମିଡିଆ ଆସୋସିଏସନ୍ ଚାପରେ ବେତନଟୀ ଠାରେ ଶବ ବ୍ୟବଚ୍ଛେଦ ହୋଇଥିଲା ସୁଇପର ସମସ୍ୟାର ସମାଧାନ ପାଇଁ ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍ ର କର୍ମକର୍ତ୍ତା ବାରିପଦା ପି.ଆର.ଏମ. ମେଡ଼ିକାଲ କଲେଜର ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ବିଜୟ କୁମାର ଦାଶଙ୍କୁ  ସାକ୍ଷାତକରି ଆଲୋଚନା କରିଥିଲେ।  ଏହି ସୁଇପର ସମସ୍ୟା ଆଉ ବେଶି ଦିନ ଲାଗି ରହିବ ନାହିଁ ଖୁବ୍ ଶୀଘ୍ର ଏହି ସୁଇପର ସମସ୍ୟା ସମାଧାନ କରିଦିଆଯିବ ବୋଲି କହିଥିଲେ। ଏବଂ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ