ବାବନପୁରର ୨ ହାଇସ୍କୁଲରେ ଏ-୧ ଗ୍ରେଡ୍ କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ଶୂନ୍ୟ
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମରେ ସ୍ଥାପିତ ଅତି ପୁରାତନ ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରରେ ଜଣେ ବି ବିଦ୍ୟାର୍ଥୀ ଚଳିତ ବର୍ଷ ଏ-୧ ଗ୍ରେଡ୍ରେ କୃତକାର୍ଯ୍ୟ ନହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଚିନ୍ତାର କାରଣ ପାଲଟିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ସରକାରୀ ଚିନିଶିଳ୍ପ ହାଇସ୍କୁଲରେ ୨୦୨୫-୨୬ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ଜଣେ ବି ବିଦ୍ୟାର୍ଥୀ ଏ-୧, ଏ-୨, ବି-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ନହେବା ଘଟଣାକୁ ନେଇ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ଶୈଳୀ ସଂକ୍ରାନ୍ତରେ ବୁଦ୍ଧିଜୀବୀ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି । ଅତୀତରେ ୫-ଟି ଉପକ୍ରମରେ ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାନ୍ତରିକରଣ କରାଯାଇ ଭିତ୍ତିଭୂମୀକୁ ସୁଦୃଢ କରାଯିବା ସହ ନବକଳେବର କରାଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଜଣେ ବି ବିଦ୍ୟାର୍ଥୀ ଏହି ପୁରାତନ ଶିକ୍ଷାନୁଷ୍ଠାନରୁ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ନହେବା ତାହାର ଏକ ଉଚ୍ଚସ୍ତରୀୟ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ମାଟ୍ରିକ ପରୀକ୍ଷାରେ ବାବନପୁର ଅଞ୍ଚଳର ପୁରାତନ ଦୁଇ ହାଇସ୍କୁଲର ବିଦ୍ୟାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା ଅତୀତରେ ରେକର୍ଡ କରିବା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ଏକ ଅନନ୍ୟ ଅନୁଷ୍ଠାନ ରୂପେ ଏହି ପୁରାତନ ଶିକ୍ଷାନୁଷ୍ଠାନ ଦ୍ୱୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ କେଉଁ କାରଣରୁ ଜଣେ ବି ମେଧାବୀ ଛାତ୍ରୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ପାରିଲେନି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷା ବିଭାଗ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜଣେ ବି ଛାତ୍ରୀ ଏ-୧ ଗ୍ରେଡ୍ରେ କେଉଁ କାରଣରୁ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ ତାହାକୁ ଏକ ତର୍ଜମା କରାନଗଲେ ଆଗାମୀ ଦିନରେ ପାଠ ପଢିବା ପାଇଁ ଛାତ୍ରୀମାନେ ଆଗଭଳି ଆଗ୍ରହ ପ୍ରକାଶ କରିବେ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅତୀତରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରୁ ବହୁ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରି ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ନଜିର ରହିଛି । ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜଣେ ବି ବିଦ୍ୟାର୍ଥୀ ଏ-୧ ଗ୍ରେଡ୍ରେ କୃତକାର୍ଯ୍ୟ ନହେବା ଘଟଣା ସଂକ୍ରାନ୍ତରେ ଆସିକା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଏହି ଘଟଣାକୁ ଶିକ୍ଷା ବିଭାଗ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାରକୁ ନେଇ କେଉଁ ପରିସ୍ଥିତିରେ ଜଣେ ବି ଛାତ୍ରୀ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେବାରେ ସକ୍ଷମ ହୋଇପାରିଲେ ନାହିଁ ତାହାର ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବା ସାଙ୍ଗକୁ ଆସନ୍ତା ବର୍ଷ ଭଲ ରେଜଲ୍ଟ ପାଇଁ ବର୍ତ୍ତମାନ ଠାରୁ ସ୍ୱତନ୍ତ୍ର ଶିକ୍ଷାନୀତି ନିର୍ଦ୍ଧାରଣ କରାଯାଇ ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଯେପରି କୃତକାର୍ଯ୍ୟ ହୋଇପାରିବେ ସେ ଦିଗରେ ପ୍ରୟାସ କରାଯିବ । ନୂତନ ଅନୁଦାନପ୍ରାପ୍ତ ବାବନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଚିନିଶିଳ୍ପ ହାଇସ୍କୁଲ ବାବନପୁରରେ ଜଣେ ବି ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ନହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ବାବନପୁର ଗ୍ରାମରେ ଥିବା ଦୁଇ ପୁରାତନ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଜ୍ଞତା ସଂପନ୍ନ, ଉଚ୍ଚଶିକ୍ଷିତ ହୋଇଥିଲେ ସୁଦ୍ଧା ସେମାନଙ୍କ ଉଚ୍ଚକୋଟୀର ଅଧ୍ୟାପନା ଶୈଳୀ ଛାତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିବାରୁ କେହି ଜଣେ ବି ବିଦ୍ୟାର୍ଥୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇପାରିଲେନି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି ।


