ଯାତ୍ରାନୁଷ୍ଠାନପ୍ରେମୀ ଅମରେନ୍ଦ୍ର ନାୟକଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତସ୍ଥିିତ ଓଡିଶା ଅପେରାର ପ୍ରତିଷ୍ଠାତା ସ୍ୱର୍ଗତ କାହ୍ନୁ ଚରଣ ନାୟକଙ୍କ ୩ୟ ପୁତ୍ର ତଥା ଯାତ୍ରାନୁଷ୍ଠାନପ୍ରେମୀ ଅମରେନ୍ଦ୍ର ନାୟକ(୫୯)ଙ୍କର ଶୁକ୍ରବାର ସକାଳେ ପରଲୋକ ଘଟିଛି । ଗତ କିଛି ଦିନ ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ । ଖବର ପାଇ ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ୍ ଶେଖର ନାୟକ, ଚାଇଁପୁର ସେବା ସମବାୟ ସମିତିର ସଭାପତି ଅଜୟ କୁମାର ନାୟକ, ସୌକତ ଅଲ୍ଲୀ, ନରେନ୍ଦ୍ର ସେଠୀ, ଧ୍ରୁବ ଚରଣ ମାଝୀ, ବୃନ୍ଦାବନ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡ ଭାଇ ଦେବେନ୍ଦ୍ର, ଜିତେନ୍ଦ୍ରଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆ ଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଏକ ମାତ୍ର ପୁଅ ସୌମ୍ୟଜିତ ମୁଖାଗ୍ନି ଦେଇଥିଲେ । ତାଙ୍କର ଗୋଟିଏ ଝିଅ ତପସ୍ୱିନୀ(୨୨) ଏବଂ ପୁଅ ସୌମ୍ୟଜିତ୍(୧୪) ଅଛନ୍ତି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


