ସାହିତ୍ୟ ସଂସଦ ତରଫରୁ ବୃକ୍ଷ ରୋପଣ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘରର ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାହିତ୍ୟ ସଂସଦର ଉପ ସଭାପତି ରାଜକିଶୋର ବେହେରାଙ୍କ ନେତୃତ୍ବ ଏବଂ ସମ୍ପାଦକ ଉତ୍ତମ କୁମାର ଦାସଙ୍କ ମିଳିତ ସଂଯୋଜନାରେ ମୁନିଗୁଡାର ପ୍ରସିଦ୍ଧ ମାଆ ଗଙ୍ଗା ଯମୁନା ମନ୍ଦିର ଓ କୃଷି ବିଭାଗ କାର୍ଯ୍ୟାଳୟରେ ପରିବେଶକୁ ଉପଯୋଗୀ ବୃକ୍ଷ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁନିଗୁଡ଼ା ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘରର ଅକ୍ଷୟ କୁମାର ମଲ୍ଲିକ,,ପି.ସୁଧାକର ପାତ୍ର,ମନୋରଞ୍ଜନ ଦଳାଇ, ଉତ୍ତମ କୁମାର ଦାସ,କୃଷ୍ଣଚନ୍ଦ୍ର ମଲ୍ଲିକ,ଦୋଳ ଗୋବିନ୍ଦ ନାୟକ,ସୁବାସ କୁରା,ପ୍ରକାଶ ଚନ୍ଦ୍ର ମୁଦୁଲି, ସୁଶୀଳା ସରାଫ, ଗଣେଶ ସେଠୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଅପରିହାର୍ଯ୍ୟ ହୋଇ ପଡ଼ିଛି ବୋଲି କହିବା ସହ ଅଁଳା,ପେସ୍ତା ବାଦାମ,ପିଜୁଳି,ଅମୃତଭଣ୍ଡା, ସଜନା, ନିମ ଆଦି ବୃକ୍ଷ ରୋପଣ କରିଥିଲେ। ପରେ ରୋପଣ କରାଯାଇଥିବା ବୃକ୍ଷ ଗୁଡିକର ରକ୍ଷଣବ୍ୟକ୍ଷଣ କରିବାକୁ ଅନୁରୋଧ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ