ଗୌରବ ଆଣିଲେ-ଶତାବ୍ଦୀ କେଶରୀ ନାୟକ
ଧାମନଗର (ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଷଦ ଦ୍ୱାରା ଶିକ୍ଷାବର୍ଷ ୨୦୨୪-୨୫ରେ କରାଯାଇଥିବା ବ୍ଳକ ଓ ବିଦ୍ୟାଳୟ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତିର ପରୀକ୍ଷା ଫଳ ପ୍ରକାଶିତ ପାଇଛି।ଧାମନଗର ଏନ ଏ ସି ଅନ୍ତର୍ଗତ ଶାମପୁର ଗ୍ରାମର ମେଧାବୀ ଛାତ୍ର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ଧାମନଗର ମାଟିର ଗୌରବ ଆଣିଛନ୍ତି ଶ୍ରୀମାନ୍ ଶତାବ୍ଦୀ କେଶରୀ ନାୟକ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଶୁଅ ଛୁଟିଛି। ଶ୍ରୀ ନାୟକ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଏଥିପୂର୍ବରୁ ସେ ବ୍ଲକ ଓ ଜିଲ୍ଲାସ୍ତରରେ ଆୟୋଜିତ କରାଯାଇଥିବା ବିଭିନ୍ନ ପରୀକ୍ଷାଗୁଡ଼ିକରେ ଭାଗ ନେଇ ଅନେକ ଥର କୃତୀତ୍ୱ ଅର୍ଜନ କରିଛନ୍ତି। ପ୍ରତିଭା ଛାତ୍ର ଶ୍ରୀ ଶତାବ୍ଦୀ କେଶରୀ ନାୟକଙ୍କ ମାତା ସନ୍ଧ୍ୟାରାଣୀ ମହାପାତ୍ର ଧାମନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପିତା ସୁଧୀର କୁମାର ନାୟକ ଉଦଳା ଗୋପବନ୍ଧୁନଗର ମୟୂରଭଞ୍ଜରେ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ମୂଳ ଗ୍ରାମ ସଇଲୋ ପଧାନୀ ହୋଇଥିବାବେଳେ ସେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁରରେ ବର୍ତ୍ତମାନ ସ୍ଥାୟୀ ବାସିନ୍ଦା ଭାବରେ ବସବାସ କରୁଛନ୍ତି।


