ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମର ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମ ର ପ୍ରତିଷ୍ଠାତା ଜନ୍ମେଜୟ ଓଝାଙ୍କୁ ଆନନ୍ଦପୁର ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ବାଣିଜ୍ୟ ମହୋତ୍ସବ ରେ ସମ୍ବର୍ଦ୍ଧନା ଦିଆଯାଇଛି। ନିଜ ସ୍ୱୀୟ ପରାକାଷ୍ଠାର ପ୍ରଦର୍ଶନ କରି ମୁଗୁପୁର ଅଂଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ପ୍ରଜ୍ବଳିତ କରିବା ସହିତ ଆନନ୍ଦପୁର ଉପଖଣ୍ଡର କବି, ଲେଖକଙ୍କ ଜରିଆରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୃଜନଶୀଳ ପ୍ରତିଭାର ବିକାଶ ପାଈଁ ଚଳାଇଥିବା ଉଦ୍ୟମ ପ୍ରଶଂସନୀୟ ହୋଇ ଥିବାରୁ ଆଜିର ଏହି ମହୋତ୍ସବ ରେ ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଆଜିର ମଞ୍ଚାସିନ ଅତିଥି ଓ ସଭାପତି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ