ଟ୍ରଷ୍ଟ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟକୁ ଇଲେକଟ୍ରୋନିକ୍ସ ଷ୍ଟେରିଓ ପ୍ରଦାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଶ୍ରୀମତୀ ଦେବୀ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀମାନଙ୍କ ଆବଶ୍ୟକତା ନିମନ୍ତେ ଏକ ମାଇକସେଟ୍ (ଇଲେକ୍‌ଟ୍ରୋନିକ୍ସ ଷ୍ଟେରିଓ) ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟି ଭୁବନମୋହନ ଦାସ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାରାୟଣ ପଣ୍ଡାଙ୍କୁ ଏହି ଇଲେକ୍‌ଟ୍ରୋନିକ୍ସ ଷ୍ଟେରିଓ ପ୍ରଦାନ କରିଛନ୍ତି। ପ୍ରଫେସର ଡ. ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଛାତ୍ରୀମାନେ ସେମାନଙ୍କର ଏହି ଆବଶ୍ୟକତା ସମ୍ପର୍କରେ ତାଙ୍କୁ ନିବେଦନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ଓ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଗରିବ ଓ ଅସହାୟ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ