କୋହଲା ନୃତ୍ୟରେ ଶ୍ରୀ ହରିଙ୍କ ଭକ୍ତିରେ ମଜ୍ଜିଲେ ଅଂଚଳବାସୀ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ବଡ଼ ଧୂମଧାମ ରେ ଚାଲିଛି l  ଏହି ଅବସରେ  ସ୍ଥାନୀୟ ପୁତି ଗୋପାଳପୂର ସ୍ଥିତ ଏଲ ଆଇ ସି କଲୋନୀ ନିକଟରେ ଜୈନକ ଘର ସମ୍ମୁଖରେ କୋହଲା ନୃତ୍ୟ ର ତାଳେ ତାଳେ ଭକ୍ତ ମାନେ ଶ୍ରୀହରିଙ୍କ ଗୁଣଗାନ ରେ କମ୍ପି ଉଠିଛି ସାହି l ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡଘଡାପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ସଭାପତି ତଥା କଳା ରତ୍ନ ଏବଂ ଜୟଦେବ ପୁରସ୍କାର ପ୍ରାପ୍ତ ବଡ ଦାସୁଡୁ ଡାକ୍ତର ଆର୍‌. ସତ୍ୟମ ରେଡ୍ଡୀଙ୍କ ନେତୃତ୍ୱରେ  କଳାକାର ମାନେ  କୋହଲା ନୃତ୍ୟ ମହା ସମାରୋହରେ ଆୟୋଜିତ ହୋଇଛି । ଦାସୁଡୁ ସେବାଦଳ ଙ୍କ ମଧ୍ୟରେ ଦାସୁଡୁ ନୃତ୍ୟଗୁରୁ  ଡ଼କ୍ଟର ଆର ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ୱ ରେ ୨୭ ଜଣ ଶିଷ୍ୟ କୋହଲା ନୃତ୍ୟ ପ୍ରଦର୍ଶନରେ ଭକ୍ତଗଣ ଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହ ଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ  ରେ ମୁଖରୀତ ହୋଇ ଉଠିଥିଲା । ସମସ୍ତେ ଶ୍ରୀ ହରି ଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ । ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ନାମ ଶ୍ରୀ ହରି, ଶ୍ରୀ ହରି ଜପି ଭକ୍ତି-ଭାବାପ୍ନରେ ଭକ୍ତଗୋଷ୍ଠୀ, ବୁଦ୍ଧିଜୀବୀ, ସାହିବାସୀନ୍ଦା ଗଣ ନିଜ ନିଜ ଭାବନା କୁ ଉତ୍ସର୍ଗୀକୃତ କରିଥିଲେ । ଯାହାକି ଏହି ନିଆରା ପରମ୍ପରା ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ