ସମବାୟ ଚିନିଶିଳ୍ପ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଆସିକା (ୱାଇଏନ୍‍ଏସ୍‍) : ପରିବେଶର ସୁରକ୍ଷା ଲାଗି ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଶିଳ୍ପାନୁଷ୍ଠାନର ଅପରିଷ୍କାର ଜଳ ବିଶୋଧନ କେନ୍ଦ୍ର ନିକଟରେ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ମଲିକ ପ୍ରମୁଖ ଯୋଗଦେଇ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେଥିପ୍ରତି ସମସ୍ତେ ଯତ୍ନ ନେବା ଜରୁରୀ ହୋଇପଡିଥିଲା ବେଳେ ପ୍ଳାଷ୍ଟିକ ବର୍ଜନ ଓ ବନୀକରଣ ଦ୍ୱାରା ପ୍ରଦୂଷଣ ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆସିକା ସମବାୟ ଚିନିଶିଳ୍ପର ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କରଂଜ, କଦମ୍ବ, ନୀଳଗିରି, ବାଦାମ୍‍, କୃଷ୍ଣଚୁଡା, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟାପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର ପରିଚାଳନା ପରିଷଦର ସଦସ୍ୟ ନିରଂଜନ ପ୍ରଧାନ, ଉଦୟ ପ୍ରଧାନ, ସନ୍ତୋଷ ପ୍ରଧାନ, ସରିତ ପ୍ରଧାନ, ରତ୍ନାକର ସାହୁ, ଧର୍ମୁ ପ୍ରଧାନ, ଶିଳ୍ପାନୁଷ୍ଠାନର ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ରୟାସନବିତ୍‍ ସଂଜୟ କୁମାର ଷଡଙ୍ଗୀ, ଅକ୍ଷୟ କୁମାର ସ୍ୱାଇଁ, କୃଷ୍ଣ ଲେଙ୍କା, ଶ୍ରୀପାଳୀ ସୁନ୍ଦର ଦାଶ, ବାଇଧର ନାହାକ, ପ୍ରଶାନ୍ତ କୁମାର କର, ଇଂ ଅରୁଣ କୁମାର ପାତ୍ର, ଅନିଲ୍‍ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ସାହୁ, ବିଭୁତି ବେହେରା, ଋଷିନାଥ ଭଂଜ, ଉଲାସ ରେଡି, ସୁଶାନ୍ତ କୁମାର ପାତ୍ର, ବିଶ୍ୱନାଥ ପାଣିଗ୍ରାହୀ, ଦିଲୀପ କୁମାର ଗୌଡ, ଦାମୋଦର ସିୟ, ଜଗନ୍ନାଥ ପଟ୍ଟନାୟକ, ସୁଦର୍ଶନ ସାହୁ, ବିଷ୍ଣୁପ୍ରସାଦ ଜେନା, ରାଜେଶ୍‍ କୁମାର ନାୟକ, କୃଷ୍ଣଚନ୍ଦ୍ର ଲେଙ୍କା, ରାଧାମାଧବ ନାହାକ, ଦୁଷ୍ମନ୍ତ କୁମାର ପାଢୀ, ସଂଜୟ କୁମାର ଷଡଙ୍ଗୀ, ରାମପ୍ରସାଦ ୟାଲମୋ, ରାମପ୍ରସାଦ ଶତପଥୀ, ଜିତେନ୍ଦ୍ର କୁମାର ଜେନାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲା ବେଳେ ପରିବେଶର ସୁରକ୍ଷାରେ ଚାରାରୋପଣର ମହତ୍ୱ ଓ ଆଭିମୁଖ୍ୟ ଉପରେ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ