ବିଶ୍ୱ ପରିବେଶ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ହାଟଡିହି ବ୍ଲକର ଝଣଝଣା ଦୁର୍ଗାପୁର ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଆନନ୍ଦପୁର ଡିଏଫ୍ଓ ପ୍ରଶାନ୍ତ କୁମାର ପଣ୍ଡା, ଏସିଏଫ ଅଶୋକ କୁମାର ବିଶ୍ୱାଳ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ସଲ କିସ୍କୁ ପ୍ରମୁଖ ଯୋଗଦେଇ ବିଶ୍ୱ ପରିବେଶ ଦିବସ ପାଳନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୃକ୍ଷ ହିଁ ଜୀବନ, ଏହି ବାର୍ତ୍ତା କିପରି ସମସ୍ତଙ୍କ ପାଖରେ ପହଞ୍ଚିବ ଓ ଲୋକମାନେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା ସହିତ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେବେ ସେଥିପାଇଁ ଗୁରୁତ୍ୱ ଦିଆ ଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଧିବାସୀ ମାନଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲଗାଯାଉଥିବା ଗଛ ଗୁଡିକ କିପରି ସୁରକ୍ଷିତ ରହିବ ସେନେଇ ସ୍ଥାନୀୟ ଲୋକେ ଦାଇତ୍ୱ ନେଇଥିଲେ। ଆଗାମୀ ଦିନରେ ହଡ଼ଗଡ଼ ବନାଞ୍ଚଳ ଅଧୀନ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରେଞ୍ଜର ସୂଚନା ଦେଇଥିଲେ। ବନପାଳ ମଳୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ବନ୍ଦିତା ଦାସ, ଗୀତିସ୍ମିତା ମହାପାତ୍ର, ଜ୍ୟୋସ୍ନାରାଣୀ ନାୟକ, ରବୀନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


