ରେଳ ଷ୍ଟେସନକୁ ରାୟଗଡ଼ା ରେଳ ଡିଭିଜନରେ ସାମିଲ ପାଇଁ ଦାବିପତ୍ର

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବିକାଶ ପରିଷଦ ତରଫରୁ ମୁନିଗୁଡା ରେଳ ଷ୍ଟେସନ ସମେତ ପାଞ୍ଚଟି ଷ୍ଟେସନକୁ ରାୟଗଡ଼ା ରେଳ ଡିଭିଜନରେ ସାମିଲ କରିବାକୁ ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ଅବସରରେ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ବରେ ସଂପାଦକ ମାନସ ରଞ୍ଜନ ବେହେରା, ଜି.କୁମାର ରାଜୁ, ଅଜିତ ନାୟକ,ମନୋଜ ସାହୁ,ଧରଣୀ ବେହେରା, ପି.ରାମବାବୁ,ବିରଞ୍ଚି ପଲକିଆ,ବାବାମଣି ସାହୁ, ଏମ.ଚିତ୍ତରଞ୍ଜନଙ୍କ ସମେତ ବଣିକ ସଙ୍ଘର ସଭାପତି ପ୍ରଦୀପ ପରିଛା,ଉମେଶ ଅଗ୍ରୱାଲ,ଶ୍ରୀକାନ୍ତ ସାହୁ, ଟି.ସୋମେଶ୍ୱର ରାଓ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଏଡିଇଏନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏଡିଇଏନଙ୍କ ଜରିଆରେ ରେଳମନ୍ତ୍ରୀ ଓ ଅଧକ୍ଷ ରେଳବାଇ ବୋର୍ଡ, ଦିଲ୍ଲୀ,ରେଳବାଇ ଜେନେରାଲ ମେନେଜର ଭୁବନେଶ୍ୱରଙ୍କ ଉଦେଶ୍ୱରେ ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ନୂତନ ଭାବରେ ରାୟଗଡା ରେଳ ଡିଭିଜନ ଗଠନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ରାୟଗଡା ରାଜସ୍ୱ ଜିଲ୍ଲା ଅଧୀନରେ ପାଞ୍ଚଟି ରେଳ ଷ୍ଟେସନ ଦହିଖାଲ ଓ ଆମ୍ବାଦଳାକୁ କାହିଁକି ଅବହେଳା କରାଗଲା। ଏହି ପାଞ୍ଚଟି ରେଳ ଷ୍ଟେସନକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଜନସାଧାରଣଙ୍କ ପାଇଁ ଯୋଗାଯୋଗ କରିବା ସହଜ,ଶସ୍ତା ଏବଂ ନିକଟତମ ହୋଇପାରିବ। ସୂଚନା ଅନୁଯାୟୀ ପୂର୍ବରୁ ଥେରୁବାଲି ଷ୍ଟେସ ପର୍ଯ୍ୟନ୍ତ ସମ୍ବଲପୁର ଡିଭିଜନରେ ରହିଛି। କିନ୍ତୁ ମୁନିଗୁଡ଼ା ଠାରୁ ସମ୍ବଲପୁର ୨୮୭ କିମି ଦୂରତା ଥିବା ବେଳେ ରାୟଗଡ଼ା ମାତ୍ର ୬୮ କିଲୋମିଟର ଦୂରରେ ଏହି ନୂଆ ଡିଭିଜନ ଅବସ୍ଥିତ। ଏହି ପାଞ୍ଚୋଟି ରେଳ କର୍ମଚାରୀଙ୍କ ସମେତ ଏହି ଅଞ୍ଚଳର ଜନସାଧାରଣ ସମ୍ବଲପୁର ଡିଭିଜନରେ ନିଜର କାମପାଇଁ ଯାଇ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଥିବା ଜଣାପଡିଛି। ରାୟଗଡ଼ା ରେଳବାଇ ଡିଭିଜନ ହେବା ପୂର୍ବରୁ ଏସଂପର୍କରେ ପୂର୍ବରୁ ବହୁବାର ରେଳମନ୍ତ୍ରୀ ଓ ଅଧକ୍ଷ ରେଳବାଇ ବୋର୍ଡ, ଦିଲ୍ଲୀ, ରେଳବାଇ ଜେନେରାଲ ମେନେଜର ଭୁବନେଶ୍ୱର ଓ କୋରାପୁଟ ସାଂସଦଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ରାୟଗଡା ରେଳ ଡିଭିଜନର ସୀମା ନିର୍ଦ୍ଧାରଣ କେଉଁ ଆଧାରରେ ଓ କିପରି କରାଯାଇଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଣୁ ଏହାକୁ ତୁରନ୍ତ ସ୍ୱତନ୍ତ୍ର ଭାବେ ବିଚାରକୁ ନିଆଯାଇ ଜିଲ୍ଲାର ଥେରୁବାଲି, ବିଷମକଟକ, ମୁନିଗୁଡା,ଦହିଖାଲ ଓ ଆମ୍ବାଦଳାକୁ ରାୟଗଡ଼ା ରେଳବାଇ ଡିଭିଜନରେ ସାମିଲ ପାଇଁ ଦାବି କରାଯାଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ