ଟ୍ରକ ମାଡିଯାଇ ଯୁବକ ମୃତ ଘଟଣା: ଗ୍ରାମବାସୀଙ୍କ ଆନ୍ଦୋଳନ ଜାରି

ଛତ୍ରପୁର, (ଓ୍ବାଇଏନଏସ): ଗୁରୁବାର ରାତ୍ର ଟ୍ରକ ମାଡିଯାଇ ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି, ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି, ମୃତକ ପରିବାରଙ୍କୁ କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ପୁଅଝିଅଙ୍କୁ ପାଠ ପଢ଼ାଇବା ନିମନ୍ତେ ସୁବ୍ୟବସ୍ଥା କରିବା ସମେତ ଅନ୍ୟାନ୍ୟ ଦାବୀନେଇ ଆଜି ସକାଳ ଠାରୁ ଡ଼ୁବୁଲିଛକ ନିକଟରେ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ଆନ୍ଦୋଳନ   ସାମିଲ ହୋଇଛନ୍ତି, ଏହି ଆନ୍ଦୋଳନ  ବହୁ ଘଂଟା ଚାଲିବା ପରେ ପ୍ରଶାସନ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡ଼ାଇ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଓ ଚମାଖଣ୍ଡି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଆନ୍ଦୋଳନକାରୀ ଏବଂ ମୃତଙ୍କ ସମ୍ପର୍କୀୟ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ପ୍ରଥମେ ସେମାନଙ୍କ ଦାବୀ ପୂରଣ କରିବା ନିମନ୍ତେ ଜିଦ ଧରିଥିଲେ, ପରେ ଅପରାହ୍ନ ୨ଟାରେ କଣମଣା ପଂଚାୟତ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ  ଅଂଚଳର ଜନପ୍ରତିନିଧି, ଆଗଧାଡି ର ବିଭିନ୍ନ ରାଜନୈତିକ ବ୍ୟକ୍ତି, ମାଟିଖାଲଗ୍ରାମର କିଛି ଭଦ୍ରବ୍ୟକ୍ତି ଙ୍କ ସହ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଏବଂ ଗୋପାଳପୁର ବନ୍ଦର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଘଟଣା ସମ୍ପର୍କ ରେ ଆଲୋଚନା କରିବା ସହିତ ସେମାନଙ୍କ ଦାବୀ ସମ୍ପର୍କରେ ଦୀର୍ଘ ୫ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ  ତାହା ବିଫଳ ହୋଇଥିଲା,  ମୃତ ନାରାୟଣ  ଘର ର ମୁଖିଆ ଥିଲେ ଏବେ ତାଙ୍କ ପରିବାର କେମିତି ଚଳିବ  ସେଥିପାଇଁ  ସେମାନେ ପ୍ରଶ୍ନ କରିଥିଲେ,  ପରିବାର ଙ୍କୁ କ୍ଷତି ପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ତାଙ୍କ ପିଲାଙ୍କ ଶିକ୍ଷାଦାନ ନେଇ ସମସ୍ତେ ପ୍ରଶାସନ ଙ୍କ ନିକଟରେ ଦାବୀ କରିଥିଲେ, ସେମାନେ ଅଭିଯୋଗ କରିଥିଲେ ଯେ ଗୋପାଳପୁର ପୋର୍ଟ କୁ ପରିବହନ କରିଥିବା ଟ୍ରକ ନାରାୟଣ ଉପରେ ମାଡିଯାଇଥିବାରୁ ତାଙ୍କ ର ମୃତ୍ୟୁ ହୋଇଛି,  ଏହି ଆନ୍ଦୋଳନ କୁ  ଆହୁରି ସେମାନେ ତୀବ୍ରତର କରିଥିଲେ,  ସେପଟେ ନାରାୟଣ ଙ୍କ ମୃତ ଦେହ ବ୍ୟବଛେଦ ନ ହୋଇ ମେଡିକାଲ ପଡି ରହିଛି, ସୂଚନାଯୋଗ୍ୟଯେ ଗୁରୁବାର  ରାତ୍ର ମାଟି ଖାଲ ଗ୍ରାମର ନାରାୟଣ ପ୍ରଧାନ ଏବଂ ତାଙ୍କ ପତ୍ନୀ ଏକ ବାଇକ ଯୋଗେ ଛତ୍ରପୁର ରୁ ମାଟିଖାଲ ଅଭିମୁଖେ ଯାଉଥିବା ବେଳେ ଧରମପୁର ଗ୍ରାମର ଏମ. ୱାସୁ ନାମକ ଯୁବକ  ଆଉ ଏକ ବାଇକ ଯୋଗେ ଛତ୍ରପୁର ଅଭିମୁଖେ ଯାଉଥିବା ବେଳେ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା ଯାହାଫଳରେ   ନାରାୟଣ ପ୍ରଧାନ ଏବଂ ତାଙ୍କ ପତ୍ନୀ ଝିଟିକି ହୋଇ ରାସ୍ତାରେ ପଡିଯାଇଥିବା ବେଳେ ଏକ ମାଇନିଂ ଟ୍ରକ ନାରାୟଣ ଙ୍କୁ  ମାଡିଯାଇ ସେଠାରୁ ଚମ୍ପଟ ମାରିଥିଲା, ରକ୍ତାକ୍ତ ଅବସ୍ଥା ରେ ଉଭୟଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ଏକ ଗାଡି ଯୋଗେ ଛତ୍ରପୁର ଉପଖଣ୍ଡଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ, ସେଠାରେ ନାରାୟଣ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ