କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ କ୍ରିକେଟ ଖେଳୁଥିବା ବେଳେ ହଠାତ  ବଜ୍ରାଘାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି. ଗତକାଲି ଅପରାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଏହି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ସୁଲୁବା ଗାଁରେ । ଗାଁରେ କିଛି ଯୁବକ କ୍ରିକେଟ ଖେଳିବା ପାଇଁ ଗାଁ ନିକଟ ଏକ ପଡିଆକୁ ଯାଇଥିଲେ । ହଠାତ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା। ଏଥିରେ ସେହି ଗ୍ରାମର ପୁରୁଷୋତ୍ତମ ବେହେରଦଳାଇଙ୍କ ଏକମାତ୍ର 28 ବର୍ଷୀୟ ପୁତ୍ର ଜୟନ୍ତ କୁମାର ବେହେରଦଳାଇଙ୍କୁ ବଜ୍ରାଘାତରେ ଗୁରୁତର ହୋଇଥିଲା । ଘଟଣା ସ୍ଥଳରେ ହିଁ ଜୟନ୍ତ ଅଚେତ ହୋଇପଡ଼ିଥିଲେ। ଗ୍ରାମର କିଛି ଯୁବକ ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  ଏହି ଘଟଣା ନେଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ