ଆଦିମ ଜନଜାତି ସଦସ୍ୟତା ଅଭିଯାନରେ ସୁନୀଲ ବଂଶଲ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଗୁରୁବାର ଶିମିଳିପାଳର ତିନି ପ୍ରମୂଖ ପଞ୍ଚାୟତ ଗୁରୁଗୁଡ଼ିଆ ବରେହିପାଣି ଓ ଅସ୍ତକୁମାରର ସହସ୍ରାଧିକ ବାସିନ୍ଦାଙ୍କ ଉପସ୍ଥିତି ରେ ଆଦିମ ଜନଜାତି ସଦସ୍ୟତା ଅଭିଯାନ ସମାବେଶ ଗୁରୁଗୁଡ଼ିଆ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜେପି ର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ଶିମିଳିପାଳ ବିକାଶ ପରିଷଦ ସଭାପତି ମହାନ୍ତି ବିରୂଆ ଓ ଜିଲ୍ଲା ବିଜେପିର ଉପ ସଭାପତି ବିପିନ ବିହାରୀ ମହାନ୍ତ ପରିଚାଳନା କରିଥିଲେ l ସମାବେଶ ସଭାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ରାଜ୍ଯ ସରକାରଙ୍କ ଜଂଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ସମେତ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାୟକ, ବିଜେପିର ରାଜ୍ଯ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଉପ ସଭାପତି ବିରଞ୍ଚି ତ୍ରିପାଠୀ, ବରିଷ୍ଠ ନେତା ବିଷ୍ନୁ ଦାସ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ସଞ୍ଜୀବ ମହାନ୍ତି, ଶିମିଳିପାଳ ମଣ୍ଡଳ ସଭାପତି କାଳୀଚରଣ ନାଏକ ଓ ଅନ୍ୟାନ୍ୟ ନେତୃବୃନ୍ଦ ମଞ୍ଚାସୀନ ହୋଇ ବକ୍ତବ୍ଯ ଦେଇଥିଲେ l ବିକଶିତ ଭାରତ୍ ର ସ୍ଵପ୍ନ କୁ ସାକାର କରିବା ପାଇଁ ଜନ ଜାତି ଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ପ୍ରଧାନ ମନ୍ତ୍ରୀ ଜନ୍ ଧନ ଯୋଜନା କାର୍ଯ୍ୟକାରୀ କରିବା କୁ ଯାଇ ୨୮ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଥିଲେ l ରାଜ୍ଯରେ ଡବଲ ଇଞ୍ଜିନ୍ ସରକାର ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଇ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରୁଛନ୍ତି ବୋଲି ସାଂସଦ ଶ୍ରୀ ନାୟକ ଉଲ୍ଲେଖ କରିଥିଲେ l ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ବଂଶଲ ଓ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସଭା ପୂର୍ବରୁ ଗ୍ରାମରେ ଥିବା ଖଡିଆ ବସ୍ତିରେ ପହଂଚି ବାସିନ୍ଦା ମାନଙ୍କର ସଦସ୍ୟତା ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ବଂଶଲ ସେମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ l ଏହି ସଭା ମଂଚ ରେ ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ ଙ୍କ ସମେତ ବହୁ ନିର୍ବାଚିତ ସମିତି ସଭ୍ୟ ସରପଞ୍ଚ ଙ୍କ ସମେତ ଶୁକୃଳି ବ୍ଲକର ଦଶ ସରପଞ୍ଚ ମଧ୍ଯରୁ ଆଠ ଜଣ ଓ ଗୁରୁ ଗୁଡ଼ିଆର ବହୁ ପ୍ରମୂଖ ବିଜେଡି ନେତା ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇ ଥିବା ବେଳେ ମଂଚରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ୍ କରାଯାଇ ଥିଲା l ଆଜିର କାର୍ଯ୍ୟକ୍ରମରେ ଶିମିଳିପାଳର ପ୍ରମୂଖ ନେତୃବୃନ୍ଦ ଜୁଝାର ବlନ ସିଂ, ସରପଞ୍ଚ ପାର୍ବତୀ ଆଲଡl, କେର୍ସେ ବlନରା, ଜେଣ୍ଡା ତିରିଆ, ସରପଞ୍ଚ ପଦ୍ମିନୀ ନାଏକ, ବୁଦ୍ଧୁ ମୁଣ୍ଡା, ମମିତା ପୁର୍ତ୍ତୀ, ଦେବେନ୍ଦ୍ର ଗlଗରାଇ, ମlଟରlମ୍ ହୋ ଉପସ୍ଥିତ ଥିଲା ବେଳେ ନିର୍ବାଚନ ମଣ୍ଡଳୀର ପ୍ରମୂଖ ନେତୃବୃନ୍ଦ ବାଜୁ ସିର୍କା, ପ୍ରଶାନ୍ତ ମହାନ୍ତି, ମୁନା ପ୍ରତିହାରୀ ମନୋରଂଜନ ତିରିଆ, ଦେବକାନ୍ତ ବେହେରା, ପଶୁପତି ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ l ସଭା ଆରମ୍ଭରେ ସଭା ମଂଚ ପାଖରେ ଥିବା ଭିନ୍ନ୍ କ୍ଷମ ବାରିଗାଁର ଶିର ମହାକୁଡକୁ ମଞ୍ଚାସୀନ ଅତିଥି ମାନେ ତଳକୁ ଓହ୍ଲାଇ ସମ୍ବର୍ଦ୍ଧିତ କରିଥିଲେ l ଶିମିଳିପାଳ ମଣ୍ଡଳ ସଭାପତି କାଳୀଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ସଭାସ୍ଥଳରେ ଏକ ଷ୍ଟଲ୍ ଖୋଲାଯାଇ ଶତାଧିକ ବନାଞ୍ଚଳ ବାସିନ୍ଦା ସଦସ୍ୟତା ଗ୍ରହଣ କରିଥିଲେ l