ଆସିକାରେ ଶିକ୍ଷାବିଭାଗ ପକ୍ଷରୁ ନବଭାରତ ସାକ୍ଷରତା ପରୀକ୍ଷା
ଆସିକା, (ୱାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନଳବଣ୍ଟା, କାଳଷଣ୍ଢପୁର, ଆସିକା, ଖାରିଆ, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ବାବନପୁର, ଭେଟନଇ, ବଡଖୋଲି, କେନ୍ଦୁପଦର, ନିମିନା, ହରିଡାପଦର, ବାଲିସିରା କ୍ଳଷ୍ଟର ଅଧୀନସ୍ଥ ୭୮ଟି କେନ୍ଦ୍ରରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ସରକାରୀ ବିଦ୍ୟାଳୟର ନିରକ୍ଷର ଓ ସ୍ୱଳ୍ପ ସାକ୍ଷର ଅଭିଭାବକମାନଙ୍କୁ ନେଇ ଫାଉଣ୍ଡେସନ୍ ଲିଟରେସି ନ୍ୟୁମଡେସି ଆସେସ୍ମେଣ୍ଟ ଉଲ୍ଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୭୮ଟି ପରୀକ୍ଷା କେନ୍ଦ୍ରରେ ସମୂଦାୟ ୧୨୩୦ ଜଣ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ଦେବା ପାଇଁ ନାମ ପଂଜିତ୍କୃତ କରିଥିଲା ବେଳେ ୭୧ ଜଣ ଅନୁପସ୍ଥିତ ରହିବାରୁ ୧୧୫୯ ଜଣ ଅଭିଭାବକ ପରୀକ୍ଷା ଦେଇଥିବା ଜଣାପଡିଛି । ସାହିତ୍ୟ ଭିତ୍ତିକ ଓ ଗଣିତ ସମ୍ବଳିତ ୧୫୦ ମାର୍କର ଏହି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷା ପାଇଁ ଅଭିଭାବକମାନଙ୍କୁ ୩ ଘଣ୍ଟା ସମୟ ଦିଆଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ବିଭୁନନ୍ଦନ ପଣ୍ଡା, ଏବିଇଓ ଭଂଜ ବେହେରା ଓ ଶିବରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ସିଆରସିସି ହରିବନ୍ଧୁ ବେହେର, ଶିଶିରକାନ୍ତ ବେହେରା, ରଂଜିତା ପାତ୍ର, ଟୁଲୁ ସେଠୀ, ଚନ୍ଦ୍ରଶେଖର ସ୍ୱାଇଁ, ସରୋଜ କୁମାର ପ୍ରଧାନ, ଅର୍ଚ୍ଚନା ବେହେରା, ଚିତ୍ରସେନ ସେଠୀ, ସୌଦାମିନୀ ହୋତାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ୱେଚ୍ଛାସେବୀ ଶିକ୍ଷକମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲ । ଆସିକା ଶିକ୍ଷା ବିଭାଗ ପକ୍ଷରୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ଦେବା ପାଇଁ ନାମ ପଂଜିକୃତ କରିଥିବା ଅଭିଭାବକମାନଙ୍କୁ ପୂର୍ବରୁ ଉଲ୍ଲାସ ପୁସ୍ତିକ ପ୍ରଦାନ କରାଯାଇଥିଲା ବେଳେ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଭାବକମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିଲେ । ଯାହାକୁ ଅଭ୍ୟାସ କରି ଅଭିଭାବକମାନେ ପରୀକ୍ଷା ଦେଇଥିବା ଜଣାପଡିଛି । ଘରୋଇ ବିଦ୍ୟାଳୟ ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ବେଳେ ସ୍ୱଳ୍ପ ସାକ୍ଷର ଓ ନିରକ୍ଷର ଅଭିଭାବକମାନଙ୍କୁ ପ୍ରାଥମିକ ସ୍ତରରେ ଜ୍ଞାନ ଶିକ୍ଷା ପୁସ୍ତିକା ଓ ମୋବାଇଲ୍ ଆପ୍ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଉଥିବା ଜଣାପଡିଛି । ଗ୍ରାମୀଣ ସ୍ତରରେ ଥିବା ୧୫ରୁ ୩୫ ବର୍ଷ ମଧ୍ୟରେ ଆଦୌ ପାଠ ପଢିନଥିବା କିମ୍ବା ଅଧାରୁ ପାଠ ଛାଡିଥିବା ମହିଳା ଓ ପୁରୁଷ ନିରକ୍ଷର ବ୍ୟକ୍ତିବିଶେଷମାନଙ୍କୁ ସାକ୍ଷର କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲୁରହିିଛି । ଶିକ୍ଷାର ବିକାଶ ଲାଗି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କେନ୍ଦ୍ର ସରକାରଙ୍କ ଏକ ମହତ୍ ପଦକ୍ଷେପ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।