ଆସିକାରେ ଶ୍ରୀମଦ ଭାଗବତ କଥାମୃତ ଓ ଗୀତା ମହାଯଜ୍ଞ ଆରମ୍ଭ

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନଏସି ଅଧିନସ୍ଥ ୨ନଂ ୱାର୍ଡର ବାଣୀବିହାରସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଶ୍ରୀମଦ ଭାଗବତ କଥାମୃତ, ପ୍ରବଚନ ଏବଂ ପରାୟଣ ଓ ଗୀତା ମହାଯଜ୍ଞ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନଏସି ଅଧିନସ୍ଥ ବାଣୀବିହାରସ୍ଥିତ ରାଧାକୃଷ୍ଣ ମନ୍ଦିର ପରିଚାଳନା ସମିତି, ବାଣିବିହାର ଭାଗବତ ପ୍ରଚାର ସମିତି, ବାଣିବିହାର ବାସିନ୍ଦା ଓ ବିଭିନ୍ନ ଆଧ୍ୟାତ୍ମିକ ସଂଗଠନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶ୍ରୀମଦ ଭାଗବତ କଥାମୃତ, ପ୍ରବଚନ ଏବଂ ପରାୟଣ ଓ ଗୀତା ମହାଯଜ୍ଞ କାର୍ଯ୍ୟକ୍ରମରେ ଭାଗବତ ଭାସ୍କର ଓ ଭାଗବତ ବାଣୀ ବିଭୂଷଣ ପଣ୍ଡିତ ଜଗନ୍ନାଥ ପଣ୍ଡା ଯୋଗଦେଇ ଅର୍ଶ୍ରୀବଚନ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀମଦ ଭାଗବତ କଥାମୃତ ଓ ଗୀତା ମହାଯଜ୍ଞର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନବସେବା ସମିତିର ଆବାହକ ଗଣେଶ ରଥ, ବାଣିବିହାର ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, ଆଧ୍ୟତ୍ମିକ ପ୍ରେମୀ ଦିଲ୍ପୀପ କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଗୀତାପାଠର ଉପାଦେୟତା ଉପରେ ଆଲୋକପାତ କରିବା ସାଙ୍ଗକୁ ବେଦବେଦାନ୍ତ ଓ ନୈତିକ ଶିକ୍ଷାକୁ ଆପଣାଇ ଭବିଷ୍ୟତର ଲକ୍ଷ୍ୟ ପୂରଣ ପାଇଁ ଜୀବନକୁ ଶୃଙ୍ଖଳିତ କରିବା ସକାଶେ ନିୟମିତ ଗୀତାପାଠ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରୀମଦ ଭାଗବତ କଥାମୃତ, ପ୍ରବଚମ ଏବଂ ପରାୟଣ ଓ ଗୀତା ମହାଯଜ୍ଞ କାର୍ଯ୍ୟକ୍ରମରେ ଭାଗବତ ଭାସ୍କର ଓ ଭାଗବତ ବାଣୀ ବିଭୂଷଣ ପଣ୍ଡିତ ଜଗନ୍ନାଥ ପଣ୍ଡା ଯୋଗଦେଇ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ସନ୍ଦେଶ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀମାନେ ଭାଗବତ ଭାସ୍କର ଓ ଭାଗବତ ବାଣୀ ବିଭୂଷଣ ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବାଣିବିହାର ଛକ ନିକଟରେ ଘଣ୍ଟମୃଦଙ୍ଗର ତାଳେତାଳେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ସାହି ପରିକ୍ରମା କରିବା ପରେ ଜଗତରନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ୍ୟ ଦେଇ ଭଜନ କିର୍ତ୍ତନ ପରେ ଅଶ୍ରୀବଚନ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଆଧ୍ୟାତ୍ମିକ ଚିନ୍ତାଧାର ଦ୍ୱାରା ମନୁଷ୍ୟ ସମାଜର ଉନ୍ନତି ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଶ୍ରୀମଦ ଭାଗବତ କଥାମୃତ, ପ୍ରବଚନ ଓ ପରାୟଣ ଏବଂ ଗୀତା ମହାଯଜ୍ଞ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ଗଣେଶ ରଥ, ପ୍ରଦୀପ କୁମାର ପାଣିଗ୍ରାହୀ, କାଳୁଚରଣ ପାତ୍ର, ଦିଲୀପ କୁମାର ପାଣିଗ୍ରାହୀ, ସୁରେନ୍ଦ୍ରନାଥ ବେହେରା, ବାପି ବିଶ୍ୱାଳ, ଇଂ ସଚିଦାନନ୍ଦ ରାଉତ, ରାମଶରଣ ମହାପାତ୍ର, ଅଚ୍ୟୁତାନନ୍ଦ ବେହେରା, ମନୋରଞ୍ଜନ ଚୌଧୁରୀ, ବିଦେଶୀ ନାହାକ, ସଂଜୟ କୁମାର ପାତ୍ର, ନାରାୟଣ ଜେନା, କାମେଶ୍ୱର ଗୌଡ, ପିତବାସ ପାଢୀ, ଦୁର୍ଗାପ୍ରସାଦ ପଣ୍ଡା, ବିଜୟ କୁମାର ଜେନା, ବି.ଦିନବନ୍ଧୁ ପାତ୍ର, ରଜନୀକାନ୍ତ ପାଣିଗ୍ରାହୀ, ନାରାୟଣ ବେହେରା, ସୁବାସ ଚନ୍ଦ୍ର ଭୂୟାଁ,ନିଗମାନନ୍ଦ ରାଉତ, ସୁପ୍ରଭା ପାଣିଗ୍ରାହୀ, ରଶ୍ମୀବାଳା ପାଣିଗ୍ରାହୀ, ଅନିତା ମିଶ୍ର, ମିନତୀ ପାଢୀଙ୍କ ସମେତ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ଅଧ୍ୟାତ୍ମିକ ସଂଗଠନର ସଦସ୍ୟମାନେ ସକ୍ରୀୟ ସହଯୋଗ କରୁଥିଲା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଦ୍ୱାନ ପଣ୍ଡିତ ଶ୍ରୀ ଗୋପୀନାଥ ଦାଶ ଭାଗବତ ପରାୟଣ ପଠନ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ