ଏନସିଡି କ୍ଲିନିକ ଉଦଘାଟନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରତ ସରକାରଙ୍କ ଏନସିଡି କାର୍ଯ୍ୟକ୍ରମ ତଥା ଅଣ ସଂକ୍ରାମକ ରୋଗ ଚିନ୍ହଟ ଓ ନିରାକରଣ ନିମନ୍ତେ ଏନସିଡି କ୍ଲିନିକ ର ଶୁଭାରମ୍ଭ ହୋଇଯାଇଛି, ଏହା ସହିତ ଟେଲିମେଡ଼ିସିନ ଓ ଇ -ସଂଜୀବନୀ ଭଳି ସେବା ମଧ୍ୟ ଯୋଗାଇବା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ର ବ୍ୟବସ୍ଥା କରାଗଲା, ଏହାକୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର ସ୍ୱାଧୀନ ରଥ ଶୁଭ ଉଦଘାଟନ କରିଥିଲେ,ଏହି ସେବା ପ୍ରତ୍ୟେକ ଗୁରୁବାର ତଥା ଏନସିଡି ଦିବସ ଦିନ ଉପଲବ୍ଧ, ଏହି ଅବସର ରେ ଡାକ୍ତର ସ୍ମୃତି ସାଗର ନାୟକ, ଫମାସିଷ୍ଟ ପିଙ୍କି ମହାନ୍ତି, ଲାବୋରୋଟାରି ଟେକନିସିଆନ ଶ୍ରୀ ଧର ବେହେରା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ,