କରୋନା ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ବେଜିଂ: ଚୀନର ଜଣେ ବିଶେଷଜ୍ଞ ଦାବି କରିଛନ୍ତି ଯେ କରୋନା ଭାଇରସ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ପ୍ରାୟ ୨୦ ବର୍ଷ ଯାଏ ତିଷ୍ଠିପାରିବ । ଚୀନର କୋଭିଡ-୧୯ ବିଶେଷଜ୍ଞ ଟିମ୍ରନ ସଦସ୍ୟ ଥିବା ପ୍ରଫେସର ଲି ଲାଞ୍ଜୁଆନ କହିଛନ୍ତି ଯେ ଏତେ କମ ତାପମାତ୍ରାରେ ରହିପାରିବାର କ୍ଷମତା ଯୋଗୁଁ କରୋନା ଭାଇରସ ସହଜରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇପାରିବ । ବିଯୁକ୍ତ ୪ ଡିଗ୍ରୀ ତାପମାତ୍ରାରେ କରୋନା ଭାଇରସ କିଛି ମାସ ଯାଏଁ ତିଷ୍ଠିପାରିବ । ମାତ୍ର ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ଏହା ୨୦ ବର୍ଷ ଯାଏ ତିଷ୍ଠି ରହିପାରିବ । ଏହା ହେଉଛି କାରଣ ଯେଉଁଥିପାଇଁ ବାରମ୍ବାର ସମୁଦ୍ରଜାତ ଖାଦ୍ୟ ଦ୍ରବ୍ୟ ବିକ୍ରି ହେଉଥିବା ବଜାରରେ କରୋନା ସଂକ୍ରମଣ ଘଟଣା ସାମ୍ନାକୁ ଆସୁଛି । ସେଠାରେ ଅନେକ ସାମୁଦ୍ରିକ ମାଛ ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ଫ୍ରିଜର କିମ୍ବା ଶୀତଳ ଭଣ୍ଡରରେ ରଖାଯାଉଥିବାରୁ ଏପରି ଘଟୁଛି । ତେଣୁ ସେ ଚୀନ ସରକାରଙ୍କୁ ନିବେଦନ କରିଛନ୍ତି ଶୀତଳଭଣ୍ଡାରରେ ଶୀତଳୀକରଣ ବ୍ୟବସ୍ଥା ଥିବା ଷ୍ଟୋର ଭିତରେ ରଖି ବିଦେଶ ଚାଲାଣ କରାଯାଉଥିବାରୁ କରୋନା ଭାଇରସ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବା ସହଜସାଧ୍ୟ ବୋଲି ସେ ଚେତାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ