କର୍ପୋରେଟରମାନଙ୍କ ଦ୍ୱାରା ୱାର୍କ ସାର୍ଟିଫେକଟ ପ୍ରଦାନ ନିଷ୍ପତିକୁ ବାତିଲ ଦାବୀ କଲେ ବ୍ରହ୍ମପୁର ମହାନଗର ନିଗମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ସ୍ୱଛ ସାଥି ଓ ସୁପରଭାଇଜର ସଂଘ ବ୍ରହ୍ମପୁର ମହାନଗର ନିଗମ ଶାଖା ପକ୍ଷରୁ ଆଜି ବହୁ ସ୍ୱଛ ସାଥି ଓ ସୁପରଭାଇଜର ମାନେ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଦିର୍ଘ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମରେ କାମ କରିଆସୁଥିଲେ । ୱାର୍ଡରେ ୟୁଜର୍ରସ ଫି ଆଦାୟ, ସଫେଇ ତାଦରଖ ,ସ୍ୱଛ ଭାରତ କାର୍ଯ୍ୟକ୍ରମ ଆଦି କରିଆସୁଛନ୍ତି । କିନ୍ତୁ ଏବେ ବ୍ରହ୍ମପୁର ମହାନଗର ନିଗମର ଚିଠି ନଂ ୯୨୭୭ ଅନୁଯାୟୀ କର୍ପୋରେଟରମାନଙ୍କ ଦ୍ୱାରା ୱାର୍କ ସାର୍ଟିଫେକଟ ପ୍ରଦାନ କରିଲେ ହିଁ ସେମାନଙ୍କ ଦରମା ମିଳିବ । ନଚେତ ମିଳିବ ନାହିଁ, ଯାହାକି ଏହି ନିର୍ଦେଶ ଉଦେଶ୍ୟ ମୂଳକ ଓ ଅଗଣତାନ୍ତ୍ରିକ ବୋଲି ସ୍ୱଛ ସାଥି ଓ ସୁପରଭାଇଜର ମାନେ କହିଥିଲେ । ଏପରିକି ପୂର୍ବ ସରକାରଙ୍କ ଦ୍ୱାରା ଆମର ଦରମା ବୃଦ୍ଧି ପ୍ରସ୍ତାବ ରହିଥିଲେ ମଧ୍ୟ ଏଯାବତ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଯଦି ଆମେ ୱାର୍ଡରେ କିଛି ଅବହେଳା କରୁଛୁ ତେବେ ନିଗମ ଦ୍ୱାରା ୱାର୍ଡରେ ନିୟୋଜିତ ଅଧିକାରୀଙ୍କ ଦ୍ୱାରା ୱାର୍କ ସାର୍ଟିଫେକଟ ଦିଆଯାଇପାରେ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଆମେ ସମସ୍ତେ ୱାର୍ଡ କର୍ପୋରେଟରଙ୍କ ନିର୍ଦେଶ ପ୍ରକାରେ ନିଗମର ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସୁଅଛୁ କିନ୍ତୁ ଆମ ଦରମା ପ୍ରଦାନ କ୍ଷେତ୍ରରେ କର୍ପୋରେଟରଙ୍କ ଦ୍ୱାରା ୱାର୍କ ସାର୍ଟିଫେକଟ ପ୍ରଦାନ ନିଷ୍ପତି ଏକ ରାଜନୈତିକ ଉଦେଶ୍ୟ ରଖି ଏହା କରାଯାଉଛି ବୋଲି କହିଥିଲେ । ବ୍ରହ୍ମପୁର ମହାନଗର ନିଗମ କୁ ଛାଡି ଦେଲେ ରାଜ୍ୟରେ କୈାଣସି ମହାନଗର ନିଗମ କିମ୍ବା ୟୁଏଲବି ମାନଙ୍କରେ ଏହା ଲାଗୁହୋଇନଥିବା କହିଥିଲେ । ତେଣୁ ତୁରନ୍ତ କର୍ପୋରେଟରମାନଙ୍କ ଦ୍ୱାରା ୱାର୍କ ସାର୍ଟିଫେକଟ ପ୍ରଦାନ ନିଷ୍ପତିକୁ ବାତିଲ ଓ ଆମର ମାସିକ ଦାରମା ପ୍ରଦାନରେ କୈାଣସି କଟକଣା ନରଖିବାକୁ ନିବେଦନ କରିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ବବିତା ପାଢୀ, ମିତା ରାଣୀ ପାଢୀ, ପିଙ୍କି ଦାସ, ପ୍ରିୟଙ୍କା ବେହେରା,ରଶ୍ମିରାଣି ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ