କ.ନୂଆଗାଁ ବ୍ଲକରେ ଗରିବ ଭିନ୍ନକ୍ଷମ ଙ୍କୁ ମିଳୁନି ଆବାସ ଯୋଜନା : ଭଙ୍ଗା ଘରେ ବିତୁଛି ଜୀବନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି l ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି l ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଛି l ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବାବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉ ଥିବା ଅଭିଯୋଗ ହେଉଛି l ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି l ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛାଶକ୍ତିର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବ ରୁ ପ୍ରକୃତ ହିତାଧିକାରୀ ଓ ଜଣେ ଭିନ୍ନକ୍ଷମ ଯୋଜନାର ସୁଫଳ ପାଇପାରୁ ନାହାନ୍ତି, ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡିମାହା ଗ୍ରାମ ପଞ୍ଚାୟତର କୁଟୁଡୁପା ଗାଁରେ l ସେହି ଗାଁର ମାଗୁଣି ମଳିକ ଜଣେ ଦିନ ମଜୁରିଆ ଥିଲେ l ମୂଲଲାଗି ପରିବାର ପ୍ରତିପୋଷଣ କରୁଥିଲେ, ହଠାତ ପକ୍ଷାଘାତ ରୋଗହେବାରୁ କାମ ଧନ୍ଦା ଆଉ ପାରିଲେ ନାହିଁ, ସ୍ତ୍ରୀ ପରଦୁଆରେ ମୁଲଲାଗି ଖଲିପତ୍ର ସିଲେଇ କରି ତେଲ ଲୁଣର ସଂସାରକୁ ଦୁଃଖ କଷ୍ଟରେ ଚଳାଇ ନେବା ସହିତ ତିନି ପିଲା ଛୁଆଙ୍କୁ ପାଠ ପଢାଉଛନ୍ତି l ୨୦୧୭- ୧୮ ମସିହା ଆର୍ଥିକ ବର୍ଷରେ ବହୁ କଷ୍ଟରେ ମୋ କୁଡ଼ିଆ ଯୋଜନାରେ ଗୃହର କାର୍ଯ୍ୟାଦେଶ ମିଳିଥିଲା ହେଲେ ପକ୍ଷାଘାତ ରୋଗରେ ପଡି ମାଗୁଣି ଶଯ୍ୟାଶାୟୀ ହେଲେ ଫଳରେ ଘର ନିର୍ମାଣ କରିପାରିଲେ ନାହିଁ l ତେଣୁ ଘର ଫେରିଗଲା ଏବେ ମାଗୁଣି ଭିନ୍ନକ୍ଷମ ହୋଇଛନ୍ତି l ସରକାରଙ୍କ ପକ୍ଷରୁ କେବଳ ଭିନ୍ନକ୍ଷମ ଭତ୍ତା ମିଳୁଛି l ଏନେଇ ମାଗୁଣି ବ୍ଲକ ଅଫିସକୁ ଯାଇ ଗୁହାରୀ କରିଛନ୍ତି, କିନ୍ତୁ ଘର ତାଲିକାରେ ଘର ନାହିଁ ଓ ତୁମେ ଯୋଗ୍ୟ ହିତାଧିକାରୀ ନୁହେଁ ବୋଲି କୁହାଯାଇଛି l ଜଣେ ଭିନ୍ନକ୍ଷମ ଗରିବ ଯୋଗ୍ୟ ନୁହେଁ ତେବେ ଯୋଗ୍ୟ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ତଦନ୍ତ କରି ଭିନ୍ନକ୍ଷମ ମାଗୁଣିଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୋ କୁଡ଼ିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ଡ଼ଃ ଅରୂପ କୁମାର ଜେନା, ଆଇନ ଜୀବି ସତ୍ୟ ନାରାୟଣ ବେହେରା ପ୍ରମୁଖ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ