ଟ୍ରାକ୍ଟରରୁ ଖସି ଶ୍ରମିକ ଗୁରୁତର, ବାଇକ ଦୁର୍ଘଟଣାରେ ୩ ଆହତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ମୌଳାଭଞ୍ଜା ଠାକୁରାଣୀ ମନ୍ଦିର ନିକଟରେ ମଙ୍ଗଳବାର ଅପରାହ୍ନ ରେ ଜଣେ ବ୍ଯକ୍ତିଙ୍କୁ ପଛପଟୁ ବାଇକ ଧକ୍କା ଦେବାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି।ଆହାତ ମାନେ ହେଲେ ମୌଳାଭଞ୍ଜା ଗ୍ରାମ ରାଧା ନଗରର  ରବିନ୍ଦ୍ର ବେହେରା,ପାଟପୁର ଥାନା ସିଙ୍ଗପୁର ଗ୍ରାମର ବାଇକ ଆରୋହୀ କୃଷ୍ଣଚନ୍ଦ୍ର ଦାସ  ଓ ତାଙ୍କ ସାଙ୍ଗ ନାରାୟଣ ସାହୁ। କୃଷ୍ଣଚନ୍ଦ୍ର ଓ ନାରାୟଣ ୨ ସାଙ୍ଗ ଏକ ଗ୍ଲେମର ବାଇକରେ ଦିଗପହଣ୍ଡି ରୁ ନିଜ ଗ୍ରାମକୁ ଯାଉଥିବା ବେଳେ  ରବିନ୍ଦ୍ର ଙ୍କୁ ପଛପଟୁ ଧକ୍କା ଦେଇ ବାଇକ ସହ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ସେହିଭଳି କେ.ନୂଆଗାଁ ଥାନା ଖମାରୀ ଗାଁ ନିକଟ ଗଜପତି ଜିଲ୍ଲା ପୁରୁଣାପାଣି ଗ୍ରାମ ଝାଟିକା ପାହାଡ଼ ରାସ୍ତାରେ ଏକ ଟ୍ରାକ୍ଟରରୁ ଖସି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସେ ହେଲେ  ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗର ଗଡ ଗ୍ରାମର ବୁଲୁ ନାୟକ।ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ