ଦାନାର ପ୍ରଭାବ ତୁହାକୁ ତୁହା ବର୍ଷା ଓ ଝଟକା ପବନ

ନିମାପଡା,(ସନ୍ତୋଷ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନାର ପ୍ରଭାବ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ରେ ପଡ଼ିଛି । ବୁଧବାର ବିଲମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଓ ଝଟକା ପବନ ହେଉଛି। ଅନେକ ସ୍ଥାନରେ ବିରାଟକାୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଂଚଳର ଲୋକମାନଙ୍କୁ ସତର୍କ କରାଯାଇଛି।ଅସ୍ତରଙ୍ଗ ଅଞ୍ଚଳର ଅନେକ ବାତ୍ୟା ଆଶ୍ରୟସ୍ଥଳୀରେ ଆନୁସଙ୍ଗିକ ସରଞ୍ଜାମ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ କୁ ପୁରୀ ଏସ ପି ପରିଦର୍ଶନ କରିଥିବାବେଳେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଆଲୋକିକରଣ ର ବ୍ୟବସ୍ଥା ନଥିବା ଦେଖିଥିଲେ । ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଓଡ୍ରାଫ ଟିମର ୧୨ ଜଣିଆ ଟିମ ପହଁଚି ଥିବାବେଳେ ବିଭିନ୍ନ ସ୍ଥାନରେ ଭାଙ୍ଗି ପଡ଼ିଥିବା ଗଛ ଗୁଡ଼ିକୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ କାଟି ସଫା କରୁଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଅସ୍ତରଙ୍ଗ ରେ ପହଞ୍ଚି ସ୍ଥିତି ଓ ବ୍ଲକ ପ୍ରଶାସନ ର ପ୍ରସ୍ତୁତି ସଂପର୍କ ରେ ଅନୁଧ୍ୟାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ