ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ନାବଡା ଠାରୁ ରାୟଗଡ ଜିଲ୍ଲା ଗୁଣୁପୁର ରାସ୍ତାରେ ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି । ମଧ୍ୟରାତ୍ର ୧୨ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଚାଳକ ଓ ହେଲ୍ପର । ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଗାଁ ଠାରୁ ଓଡି ୦୮ କେ ୫୫୫୧ ନମ୍ବର ବିଶିଷ୍ଟ ଏକ ପାଣି ବୋତଲ ବଝୋଇ ମିନିଟ୍ରକ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା । ତେବେ ମଧ୍ୟ ରାତ୍ର ୧୨ଘଣ୍ଟା ସମୟରେ ରାୟଗଡ ଜିଲ୍ଲାର ଗୁଣୁପୁର ଓ ଗଜପତି ଜିଲ୍ଲାର ନାବଡା ଛକର ‘ଏସ୍‌’ ଅକ୍ଷର ଭଳି ବୁଲାଣିଆ ଠାରେ ଭାରସାମ୍ୟ ହରାଇ ମିନି ଟ୍ରକଟି ରାସ୍ତା ପାଶ୍ୱର୍ରେ ଥିବା ଗର୍ତ୍ତରେ ଓଲଟି ପଡିଥିଲା । ଫଳରେ ଗାଡିଟି ଚୁରୁମାର ହୋଇ ଯାଇଥିଲେ ହେଁ ଚାଳକ ଓ ହେଲପରଙ୍କ କୌଣସି କ୍ଷତି ପହଞ୍ଚିନାହିଁ । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି-ଗୁଣୁପୁର ଏହି ରାସ୍ତାରେ ଦୈନନ୍ଦିନ ଶହ ଶହ ଯାନବାହାନ ଯାତାୟତ କରୁଛି । ଉଲ୍ଲେଖିତ ବୁଲାଣୀଆ ରାସ୍ତାରେ ବହୁ ଦୁର୍ଘଟଣା ଘଟି ଧନହାନୀ ଘଟୁଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଆଲୋଚନା ହେବା ସହ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ