ଦେଓଗାଁ ସମବାୟ ସମିତି ଆଗରେ ରାଜ ରାସ୍ତା କୁ ଓଲ୍ହାଇବେ ଚାଷୀ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଦେଓ ଗାଁ ରେ ବର୍ଷସାରା ହାତୀ ଉପଦ୍ରବ ଯୋଗୁ ଅନେକ କ୍ଷୟକ୍ଷତି, ପରେ ଜଙ୍ଗଲୀ ଜନ୍ତୁ ଙ୍କ ଉତ୍ପାତ କୁ ସାମ୍ନା କରି ଭଲ ଧାନ ଅମଳ କରାଇଥିଲେ l କିନ୍ତୁ ଅଦିନିଆ ବର୍ଷା ଅମଳ ସମୟରେ ବାଧକ ସାଜି ବହୁତ ଧାନ ଫସଲ ନଷ୍ଟ କରିବା ସତ୍ୱେ ଧାନ କୁ ମଣ୍ଡି ରେ ବିକ୍ରି କରିବା ପାଇଁ ହଜାର ହଜାର ଚାଷୀ ପ୍ରସ୍ତୁତ ଥିଲେ l ତେବେ ଜିଲ୍ଲା ରେ ମଣ୍ଡି ବନ୍ଦ ହେବା କାରଣ ରୁ ଏତେ ପରିଶ୍ରମ କରି ଅମଳ ହୋଇଥିବା ଧାନ ସବୁକୁ ଏବେ ମୂଷା ଖାଉଛି ନହେଲେ ବସ୍ତା ବସ୍ତା ଧାନ ଶୀତ କାକର ରେ ପଡିରହୁଛି l ଧାନ ଚାଷ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ହାତୀ, ବାରହା, ମାଙ୍କଡ଼, ବର୍ଷା ଓ ଶେଷରେ ମୂଷା ଖାଇବା ପରେ ଯାହା ବଳକା ରହିଲା ଶୀତ କାକର ଖାଇ ଖାଇ ଧାନ ସବୁ ନଷ୍ଟ ହେଉଛି l ତଥାପି ମଣ୍ଡି ଖୋଲିଲେ ସରକାର ଙ୍କୁ ଧାନ ବିକିବା ପାଇଁ ଚାହିଁ ବସିଛନ୍ତି ହଜାର ହଜାର ଚାଷୀ l ମଣ୍ଡି ଖୋଲିଲେ ଧାନ ଉଠିବ ଆଉ କିଛି ଅର୍ଥ ଲାଭ ମିଳିବ l ବିଳମ୍ବରେ ମଣ୍ଡି ଖୋଲିବା ସହ ଧାନ କୁ କଟନୀ ଛଟନୀ କରିବା ଓ ଆଜିକୁ ୫ ଦିନ ହେଲା ଜିଲ୍ଲା ସାରା ମଣ୍ଡି ବନ୍ଦ ରଖିବା କୁ ନେଇ ଦେଓଗାଁ ପଞ୍ଚାୟତ ଓ ନେଉଳପୋଇ ପଞ୍ଚାୟତ ଚାଷୀ ମାନେ ବାଧ୍ୟ ହୋଇ କୃଷି ସମବାୟ ସମିତି ଅଫିସ ବନ୍ଦ କରିବା ସହ ରାଜ ରାସ୍ତା ରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ଚାଷୀ