ପାତାଳୀ ମହୋତ୍ସବ ଉଦ୍ଯାପିତ
ସୁବର୍ଣ୍ଣପୁର, (ଯୁଗାବ୍ଦ ନ୍ୟୁଜ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ପାତାଳୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି l ସନ୍ଧ୍ୟା ଅଧିବେଶନରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସାହୁ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧ ରାଧାଳାନ୍ତ ମହାକୁର ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ରଖୁଥିଲେ I ପାତାଳୀ ଶ୍ରୀକ୍ଷେତ୍ରର ଏକ ଅନଲାଇନ ୱେବସାଇଟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି l ମାନ୍ୟବର ମନ୍ତ୍ରୀ ଆୟୋଜକ ବନ୍ଧୁ ଙ୍କୁ ପ୍ରଶଂସା କରିବା ସହ ଓଡ଼ିଆ ଙ୍କ ଅସ୍ମିତା ଜଗନ୍ନାଥ ସଂସ୍କୃତି ସୁରକ୍ଷା କରିବା ସହ ପୀଠର ବିକାଶ ପାଇଁ ସଦାସର୍ବଦା ଚେଷ୍ଟା କରିବି ଓ ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଦାବୀ ରଖିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ l ଏହି ମାସ ଠାରୁ ପାତାଳୀରେ ମହାପ୍ରଭୁଙ୍କ ଭବ୍ୟମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଜଗଦଲା କହିଛନ୍ତି । ଏହି ଅବସରରେ ସପ୍ତମ ଦିନ ତଥା ଅନ୍ତିମ ସନ୍ଧ୍ୟାରେ ସଂଜ୍ୟୋତ କଳା କେନ୍ଦ୍ର, ବଲାଙ୍ଗିର ର ନିର୍ଦେଶିକା ତଥା ନାଟ୍ୟଗୁରୁ ଶ୍ରୀମତୀ ସଂଗୀତା ଦାସ ଙ୍କ ଗ୍ରୁପ୍ ଲୋକ ସଙ୍ଗୀତ ଏବଂ ଲୋକ ନୃତ୍ୟ ପରିବେଷଣ କରିଥିଲେ ଯାହାକି ହଜାର ହଜାର ଦର୍ଶକ ଙ୍କ ମନକୁ ବେଶ ଛୁଇଁଥିଲା l ପରେ ପରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ମହ୍ଲାର ଭଜନ ଗ୍ରୁପ୍ ଦ୍ବାରା ଜଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବୌଦ୍ଧିକ ମଣ୍ଡପରେ ପାତାଳୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ପାତାଳୀ ଶ୍ରୀକ୍ଷେତ୍ର ର ଆଧ୍ୟାତ୍ମିକ ପରିବେଶ ବହୁ ଲୋକ ଙ୍କୁ ଆକର୍ଷିତ କରି ଓଡ଼ିଶା ବାହାରୁ ବହୁ ପର୍ଯ୍ୟଟକ ଙ୍କ ଆଗମନ ହୋଇଥିଲା l ଭାଗବତ ସପ୍ତାହ ପାରାୟଣ ମଧ୍ୟ ଶେଷ ହେବା ସହ ପାତାଳୀ ମହୋତ୍ସବ ଉଦଯାପିତ ହୋଇଛି।