ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଚିକିଟି,(ପୁଷ୍ପାଞ୍ଜଳି ମିଶ୍ର):ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ବାସ୍ତବରେ ପରିଣତ କରିବା ପାଇଁ ଦକ୍ଷତା ବୃଦ୍ଧି କରି ଦେଶର ଶିଳ୍ପକୁ ବିଶ୍ବ ବଜାରର ଶୀର୍ଷରେ ପହ‌ଞ୍ଚାଇବା ଉଦେଶ୍ୟରେ ପାତ୍ରପୁର ବ୍ଳକ ଜରଡା ପାର୍ଥ ସାରଥି ଧାମ ଠାରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇ ଥିଲା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯାଳୟ ବ୍ରହ୍ମପୁର ତଥା ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇ ଥିଲା। ବ୍ରହ୍ମପୁର କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟର ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଜରଡ଼ା ବସ୍ ଷ୍ଟାଣ୍ଡଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦ ଯାତ୍ରାରେ ବହୁ ମହିଳା ଯୋଗ ଦେଇଥିଲେ। ଅତିଥି ଭାବେ ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ ସଂଯୁକ୍ତା, ସରପଞ୍ଚ ତିଳ ବେହେରା, ଜ଼ିଲ୍ଲା ଶିଳ୍ପାଞ୍ଚଳ କେନ୍ଦ୍ରର ଅଧିକାରୀ ହୃଷିକେଶ ବେହେରା, ସହକାରୀ ଅଧିକାରୀ ରଶ୍ମି ରାଣୀ ସିଂ ମଞ୍ଚଷିନ ଥିଲେ। ନାଏବ ସରପଞ୍ଚ ମାଧବ ବାଡତ୍ୟା, କାଳୀ ପ୍ରସାଦ ପଣ୍ଡା, ଆନନ୍ଦ ବେହେରା ପ୍ରମୁଖ ସହଯୋଗ କରି ଥିଲେ। ବିଧାୟକ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦନ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରାତନ କୌଳିକ ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ବୋଲି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ବର୍ଗର ପାରମ୍ପରିକ କାରିଗରୀ ହସ୍ତଶିଳ୍ପକୁ ବଢ଼େଇ କାମ,ଡ଼ଙ୍ଗା ନିର୍ମାଣ,ଅସ୍ତ୍ରଶସ୍ତ୍ର ନିର୍ମାଣ,କମାର କାମ,ହାତୁଡ଼ି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି,ତାଲା ନିର୍ମାଣ ଝାଡୁ ପ୍ରସ୍ତୁତକାରୀ,ନଡ଼ିଆ କତା ବୁଣାଳୀ,ପାରମ୍ପାରିକ କଣ୍ଢେଇ ଏବଂ ଖେଳଣା ନିର୍ମାଣ,ଭଣ୍ଡାରୀ,ଫୁଲମାଳ ପ୍ରଭୁତି ସାମିଲ କରାଯାଇଛି। ଜ଼ିଲ୍ଲା ଶିଳ୍ପାଞ୍ଚଳର ଅଧିକାରୀ ହୃଷିକେଶ ବେହେରା ଅନ-ଲାଇନ ମାଧ୍ୟମରେ କିପରି ଆବେଦନ କରିବେ ନିୟମାବଳୀ ଉପରେ ସଚେତନ ପ୍ରକାଶ କରିଥିଲେ। ମହିଳା ସଂଗଠନ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ