ପ୍ରବାସୀଙ୍କ ବିଦାୟ ବେଳେ ସୃଷ୍ଟି ହେଲା ଶୋକାକୁଳ ପରିବେଶ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା) : ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟରରେ ଆଜି ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ପ୍ରବାସୀ ମାନଙ୍କୁ ବିଦାୟ ଦେବା ସମୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ପ୍ରବାସୀଙ୍କ କହିବା ଅନୁଯାୟୀ, କ୍ଵାରେନ୍ଟାଇନ୍ ସେଣ୍ଟର ଛାଡି ଯିବାକୁ ଇଚ୍ଛା ହେଉନାହିଁ । ଆମକୁ ଆଉ କିଛି ଦିନ ଏଠି ରହିବାକୁ ଦିଆଯାଉ । ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟରରେ ସରପଞ୍ଚଙ୍କ ଆଦେଶ କ୍ରମେ ସୁସ୍ୱାଦୁ ଖାଦ୍ୟ ପରିବେଷଣ , ପ୍ରତେକ ଦିନ ଯୋଗ ଶିକ୍ଷା , କ୍ଵାରେନ୍ଟାଇନ୍ ସେଣ୍ଟରକୁ ସଫେଇ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ପ୍ରବାସୀଙ୍କୁ ଉତ୍ତମ ବ୍ୟବହାର ପରିବେଷଣ ହିଁ ସରପଞ୍ଚଙ୍କୁ ଆଦର୍ଶ ସରପଞ୍ଚ ଭାବେ ପରିଚିତ କରିବା ସହ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଛନ୍ତି । ସରପଞ୍ଚ ପ୍ରବାସୀ ମାନଙ୍କୁ ବିଦାୟ ସମୟରେ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଘରେ ଯାଇ 14 ଦିନ ସଙ୍ଗରୋଧରେ ରହିବାକୁ ଉପଦେଶ ଦେଇଥିଲେ । ଘର ସଙ୍ଗରୋଧ ପ୍ରକ୍ରିୟା ସାରିଥିବା ପ୍ରବାସିଙ୍କୁ ସରକାରଙ୍କ ଘୋଷିତ ରାଶି ଦେଇ ବିଦାୟ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ