ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ଅପହରଣ ପରେ ହତ୍ୟା ଘଟଣା

ନୟାଗଡ, (ଯୁଗାବ୍ଦ ନ୍ୟୁଜ): ପ୍ରଥମେ ଅପହରଣ ଓ ପରେ ହତ୍ୟା । ଏଭଳି ଏକ ଜଘନ୍ୟ କାଣ୍ଡ ଉପରୁ ପରଦା ଉଠାଇଛି ଚାନ୍ଦବାଲି ଥାନା ପୋଲିସ । ପାହାଡ ନିକଟରେ ମାଟି ଖୋଳି ଶବକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ନେଇ ସିନ ରି-କ୍ରିଏଟ କରାଯାଇଛି । ଫେବ୍ରୁଆରୀ ୭ ତାରିଖରେ ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲି ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଏକ ବିବାହ ଉତ୍ସବରେ ଫଟୋ ଉଠାଇବାକୁ ଆସିଥିଲେ I ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରିନେବା ପରେ ହତ୍ୟାକରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ୫ ଜଣ ଅପରାଧୀ । ଏମାନେ ଭୁବନେଶ୍ୱରରୁ ଆସି ମାନସଙ୍କୁ ଅପହରଣ କରିନେବା ପରେ ହତ୍ୟା କରି ପୋତି ଦେଇଥିଲେ । ମାନସଙ୍କ ପରିବାରର ଅଭିଯୋଗ ଆଧାରରେ ଛାନଭିନ ଆରମ୍ଭ କରିଥିଲେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଏବଂ ଏସଡିପିଓ ଦେବୀ ଶଙ୍କର ପ୍ରତାପ । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ମାଟିଖୋଳ ଶବକୁ ଉଦ୍ଧାର କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିବାବେଳେ କେମିତି ସେମାନେ ଅପହଣର କଲେ ଓ ହତ୍ୟା କରି ଶବକୁ ପୋତିଦେଲେ ତାର ଡେମୋ ଦେଖାଇଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ କୃଷ୍ଣଚନ୍ଦ୍ର ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ । ଅଭିଯୁକ୍ତଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଭୁବନେଶ୍ୱରରେ ରହି ଏମାନେ ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ