ବନମାଳୀ ଙ୍କ ପରିବାର ବର୍ଗ ଙ୍କୁ ଭେଟିଲେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଲରେ ଉଜୁଡା ଫସଲ ଦେଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଗ୍ରାମ ର ଚାଷୀ ଆତ୍ମହତ୍ୟା ଖବର ପାଇବା ପରେ ଶନିବାର ମୃତ ଚାଷୀ ବନମାଳୀଙ୍କ ଘରେ ପହଞ୍ଚିଥିଲେ ସିପିଆଇ ର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ । ବନମାଳୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଘଟଣାକୁ ନେଇ ଆଲୋଚନା କରିଥିଲେ । ସରକାର ତୁରନ୍ତ ବନମାଳୀଙ୍କ ସମସ୍ତ ଋଣ ପରିଷୋଧ କରିବା ସହ ତାଙ୍କ ପରିବାର ଚଳିବା ନିମନ୍ତେ ସମସ୍ତ ବ୍ୟବସ୍ଥା ଯୋଗାଇବା ପାଇଁ ସେ ଦାବୀ କରିଥିଲେ । ଅଦିନିଆ ବର୍ଷାରେ ଏବେ ଵି ଧାନ ଫସଲ ବିଲରେ ଭାସୁଛି, କେତକ ସ୍ଥାନ ରେ ଧାନ ଗଜା ହୋଇ ସମ୍ପୂର୍ଣ ନଷ୍ଟ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି l ଯାହା ଦ୍ୱାରା ଚାଷୀ ବର୍ତ୍ତମାନ ହତାଶରେ ଚିନ୍ତାଗ୍ରସ୍ଥ ହୋଇପଡିଛି, ଧାନ ଫସଲ ଏବଂ ପନିପରିବା ଚାଷ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି, ଚାଷୀ ମାନେ ଋଣ ପରିଶୋଧ ଚିନ୍ତା ରେ ସମ୍ପୂର୍ଣ୍ଣ ହତାଶ ଅବସ୍ଥା ରେ ଅଛନ୍ତି, ତେଣୁ ଅତିଶ୍ରୀଘ ଫସଲ ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ ଦାବୀ କରିଛନ୍ତି, ଏହା ସହିତ ପଞ୍ଜିକୃତ ସମସ୍ତ ଭଗଚାଷି ଓ ଚାଷୀ ଙ୍କ ଧାନ କ୍ରୟ କରିବା ନିମନ୍ତେ ମଧ୍ୟ ସେ କହିଛନ୍ତି , ଏହିଅବସର ରେ ପୂର୍ବତନ ବିଧାୟକ ଙ୍କ ସହ ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ ଓ କିଛି ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ