ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଆହତ
କୋଦଳା, (ଗୁଲସନ୍ କୁମାର କର):ସ୍ଥାନୀୟ ଥାନା ଅନ୍ତର୍ଗତ କଞ୍ଚଣା ଓ ରାଣୀପଡ଼ା ରାସ୍ତା ନିକଟରେ ଏକ ବାଇକ ଯୋଗେ ଆସୁଥିବା ବେଳେ ଦୁଇ ଜଣ ଯୁବକଙ୍କ ଦୁର୍ଘଟଣାଗ୍ରସ୍ତ ହୋଇଛି l ଯୁବକ ଦ୍ୱୟ ହେଲେ ଫାସି ଗ୍ରାମର ପ୍ରଦୀପ ଜେନା (୨୩), ଉତ୍ତମ ପ୍ରଧାନ (୨୫) ରାଣୀପଡ଼ାର ବୋଲି ଜଣାପଡିଛି l ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି l ଦୁଇ ଜଣ ଯୁବକ ନିଜ ବାଇକରେ ଫାସି ଗ୍ରାମକୁ ଫେରୁଥିବା ବେଳେ କୌଣସି ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକରୁ ପଡି ଜଣଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି l ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ଗ୍ୟାସ ବୋଝେଇ ଟ୍ରକ ଧକ୍କା ଦେଇ ଚାଲିଯାଇଥିବା ଆହତ ଯୁବକମାନେ କହିଛନ୍ତି l ପ୍ରାଥମିକ ଚିକିତ୍ସା ପରେ ଯୁବକ ଦ୍ୱୟଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚିବା ସହ ଆଇଆଇସି ଦେବାଶିଷ ମହାନ୍ତି ଓ ପ୍ରଶାନ୍ତ କୁମାର ରେଡ୍ଡୀ ତଦନ୍ତ ଚଳାଇଛନ୍ତି l