ବାଲିପଦରରେ ୨୧ତମ ଧର୍ମ ଜାଗରଣ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡା,(ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରର ପବିତ୍ର ମକର ପଡିଆରେ ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ମାନଙ୍କୁ ନେଇ ଏକବିଂଶ ତମ ଧର୍ମ ଜାଗରଣ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅକ୍ଟୋବର ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୦୩ ନଭେମ୍ବର ୨୦୨୪ ତାରିଖ ରବିବାର ଦିନ ସଂଧ୍ଯାରେ ରାଜ୍ଯ ସ୍ତରୀୟ ପ୍ରବଚନ ପ୍ରଦାନକାରୀମାନଙ୍କୁ ନେଇ ୨୧ ତମ ଧର୍ମ ଜାଗରଣ ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି କାର୍ଯ୍ୟକ୍ରମରେ ୧୧ ଗୋଟି ଧର୍ମ ସଙ୍ଗଠନର ପ୍ରବଚନ ପ୍ରଦାନକାରୀଙ୍କୁ ଆମନ୍ତ୍ରଣ କରିବା ପାଇଁ ଠିକ କରାଗଲା। ବାଲିପଦର କାଦପଡା ତନ୍ତୁବାୟ ସେବ ସମବାୟ ସମିତି ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ମଙ୍ଗୁଳୀ ପାତ୍ର, ନରସିଂହ ପାତ୍ର, ମାଧବ ଚନ୍ଦ୍ର ଭୋଳ, ରାଜେନ୍ଦ୍ର ରାଉତ, ବଂଶୀଧର ବିଷୋୟୀ, ଇଂ.ବିପ୍ର ଚରଣ ପାତ୍ର, ଲକ୍ଷ୍ମଣ ଜେନା, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ରାଜେନ୍ଦ୍ର କୁମାର ମହାରଣା, ଜି.ଭେଙ୍କଟ ପାତ୍ର, ଡକ୍ଟର ବିଜୟ ଚନ୍ଦ୍ର ମହାରଣା, ପ୍ରକାଶ ଚନ୍ଦ୍ର ରଥ, ଇ.କ୍ରିଷ୍ଣା ରାଓ ଦୋରା, ସୁବାସ ଚନ୍ଦ୍ର ଗୌଡ, ହରିହର ବିଷୋୟୀ, ଖଲିପାତ୍ର ପ୍ରମୁଖ ଯୋଗଦେଇ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।