ବାହାଡାପଦର ହାଇସ୍କୁଲର ବାର୍ଷିକ ଉତ୍ସବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରୁ ପ୍ରାୟ ଦଶ କିଲୋମିଟର ଦୂର ବାହାଡାପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଡ. ବିମଳ କୁମାର ସ୍ୱାଇଁ, ଅଧକ୍ଷ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷା ଶିକ୍ଷକ ମହାବିଦ୍ୟାଳୟ, ଭଞ୍ଜନଗର, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ଭୂୟାଁ, ଜଗବନ୍ଧୁ ଜେନା, ପ୍ରଥମ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଜିଲ୍ଳା ପରିଷଦ ସଦସ୍ୟା ଶୈଳବାଳା ବିଷୋୟୀ, ସରପଞ୍ଚ ଲକ୍ଷଣ ନାୟକ, ସମିତିସଭ୍ୟା ନମିତା ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାସ, ଦାମୋଦର ମହାନ୍ତି, ହରିକୃଷ୍ଣ ଗୌଡ଼, ଶିକ୍ଷାବିତ ବିଭୁତିଭୂଷଣ ଜେନା, ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ, ପ୍ରଥମ ପରିଚାଳନା କମିଟି ସଦସ୍ୟ ମାଗତା ପ୍ରଧାନ ମଂଚାସୀନ ହୋଇ ବାର୍ଷିକ ଉତ୍ସବର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଅନୁଷ୍ଠାନର ଆରମ୍ଭ ଠାରୁ ବର୍ତମାନର ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ l ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ପାଇଁ ରହିଥିବା ସମସ୍ୟା କହିବାପାରେ ତତକ୍ଷଣାତ ବିଧାୟକ ଶ୍ରୀ ନାୟକ ଏହାର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀକୁ ନିର୍ଦେଶ ଦେଇଥିଲେ l ଏଥିପାଇଁ ବିଧାୟକଙ୍କୁ କୃତଜ୍ଞତା ପ୍ରଦାନକରାଯାଇଥିଲା l ଏହିଅବସରରେ ବିଦ୍ୟାଳୟ ତରଫରୁ ମୁଖ୍ୟଅତିଥି, ମୁଖ୍ୟବକ୍ତା ଓ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ପରେ ପରେ ମୁଖ୍ୟ ଅତିଥି ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ପ୍ରଦୀପ”କୁ ଉନ୍ମୋଚନ କରିଥିଲେ lକାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ସଂଯୋଜନା କରିଥିବାବେଳେ ଅନ୍ୟତମ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ସଭାମଞ୍ଚ ପରିଚାଳନା କରିଥିଲେ l ଏହିଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ଖୁବ ଚିତାକର୍ଷକ ହୋଇଥିଲା l ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରିଥିଲେ l ବାର୍ଷିକଉତ୍ସବରେ ଅନୁରୋଧ ରକ୍ଷାକରି ଆଖପାଖ ବିଦ୍ୟାଳୟରୁ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ବିଦ୍ୟାଳୟ ପରିଚାଳନା କମିଟି ଯୋଗଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷlକର୍ମଚାରୀ ସହଯୋଗ ସହ ପରିଚାଳନା କରିଥିଲେ l ବିଦ୍ୟାଳୟର ପ୍ରଥମରୁ ଦଶମ ଯାଏ ପ୍ରାୟ ଛଅ ସହ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ