ବିଜିଡ଼ି କଲେଜରେ ପ୍ରତିଭା ବିକାଶ ସମାରୋହ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର କେଶେଇବାହାଲ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାସୁଦେବ ଗୋଦାବରୀ ସ୍ନାତକ ମହା ବିଦ୍ୟାଳୟ ସହିତ ସାମିଲ ହୋଇ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଆଜି ପ୍ରତିଭା ବିକାଶ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବକାଶରେ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଭାର ବିକାଶ ପାଇଁ ଛାତ୍ର,ଛାତ୍ରୀ ଗଣ ସ୍ବପ୍ନ ଦେଖିବା ସହ ବଡଲୋକ ସହିତ ଭଲଲୋକ ହେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ ।ଏଥିରେ ଓଡ଼ିଆ ଅଧ୍ୟାପିକା ମନୋରମା ପଟେଲ ମୁଖ୍ୟ ବକ୍ତା ଓ ଅଭିଯାନର ସଭ୍ୟ ଓ ଏ. ସି .ଇ ର ନିର୍ଦେଶକ ରାଜେଶ୍ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଫଳତା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଥମେ ମହାତ୍ମା ଗାନ୍ଧୀ, ଡ଼ ଏ .ପି.ଜେ ଅବଦୁଲ କଲାମ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଉତ୍ସବକୁ ଅତିଥି ଗଣ ଉଦଘାଟନ କରିଥିବା ବେଳେ ଛାତ୍ର, ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । କଲେଜର ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ହରେଶ୍ କୁମାର ସାହୁ ସ୍ଵାଗତ ବକ୍ତବ୍ୟ, ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପ୍ରତିଭା ବିକାଶ ଅଭିଯାନର ସଂଯୋଜକ ରମେଶ କିସାନ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ର ବିବରଣୀ ଉପସ୍ଥାପନ କରିଥିଲେ । ପୂର୍ବରୁ ଆୟୋଜିତ ସାଧାରଣ ଜ୍ଞାନ ପରୀକ୍ଷା ଓ ଗଳ୍ପ ଲିଖନ ପରୀକ୍ଷାର ଛଅ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ମିଳିତ ଭାବରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଥିଲା ।