ବିଜେଡିର ଜନ ସଂପର୍କ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ବିଭିନ୍ନ ସାହିରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା,ବ୍ରହ୍ମପୁର ର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାୟ ପଟ୍ଟନାୟକ, ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ସୁବାଷ ଚନ୍ଦ୍ର ମହାରଣା,ବିଜେଡି ଜିଲ୍ଲା ଉପସଭାପତି ତଥା ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ,ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବନୀ କାନ୍ତ ସାହୁ, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ, ଯୁବ ନେତା ବିମଳ କୁମାର ପଣ୍ଡା,ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ତଥା ଶ୍ରମିକ ନେତା ଏସ. ଚକ୍ରପାଣି ରେଡ୍ଡୀ, ପୂର୍ବତନ ସରପଞ୍ଚ ପ୍ରକାଶ ବିଷୋୟୀ, ଶରତ ଖୁଣ୍ଟିଆ, ଟି. ନରସିଂହ ରେଡ୍ଡୀ, ସୋମନାଥ ବେହେରା ଓ ଭଗବାନ ନାହାକ,ସୁରେଶ ଦାଶ,ସୁଦର୍ଶନ ରେଡ୍ଡୀ,କୃଷ୍ଣ ପଣ୍ଡା,ଏ. ରଘୁନାଥ ପାତ୍ର,୧୯ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ନାରୀନେତ୍ରୀ ନୀଳାଦ୍ରି ପ୍ରଧାନ, ଯୁବ ବିଜେଡି ଛତ୍ରପୁର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ,ଉପସଭାପତି କାହ୍ନୁ ଚରଣ ବେହେରା, ଗଗନ ସ୍ୱାଇଁ, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ବିପୁଲିଙ୍ଗି ସରପଞ୍ଚ ହିନା ସେଠି, ସୁନ୍ଦରପୁର ସମିତି ସଭ୍ୟା ସୁଜ୍ଞାନୀ ସେଠି, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ବିଜୟ ପଣ୍ଡା, ଅମରେଶ ସାହୁ, କିଶୋର ବେହେରା, ଅଭିରାମ ପ୍ରଧାନ, ଟିକିନା ଗୌଡ଼ ଓ ଆଇନଜୀବି ଏଲ. ଗୋପାଳ ରାଓ ଙ୍କ ସମେତ ବହୁ ଆଗ ଧାଡି ର ଦଳୀୟ ନେତା, କର୍ମୀ ଏବଂ ମହିଳା ମାନେ ଯୋଗ ଦେଇ କହିଥିଲେ ଯେ ଭୌଗଳିକସ୍ଥିତି ତଥା ଅର୍ଥନୈତିକ, ସାମାଜିକ, ଶିକ୍ଷା, ଗମନା ଗମନ, ମହିଳା ସଶକ୍ତିକରଣ, ପାନୀୟ ଜଳ ସମସ୍ୟା କେବଳ ବିଜେଡି ସରକାର ଦ୍ବାରା ସମ୍ଭବ ହୋଇଚି l କିନ୍ତୁ ଭାଜପା ସରକାର ଜନସାଧରଣକୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ନୂତନ ସରକାର ଗଠନ କରିଚି l ଏହି ସରକାର ଗଠନ କରିବାର ଦୀର୍ଘ ଚାରିମାସ ବିତିଯାଇଥିଲେ ସୁଧା ସ୍ଥାନୀୟ ବ୍ଲକକୁ ଆଜିଯାଏଁ କୌଣସି ଅନୁଦାନଟିଏ ଆଣି ପାରିନାହିଁ l ଏହା ଏକ ରଙ୍ଗ ବୋଳା ସରକାର କହି ପଥପ୍ରାନ୍ତ ସଭାରେ ଭାଜପା ସରକାରଙ୍କୁ ବହୁ ନେତା ଓ କର୍ମୀ ସମାଲୋଚନା କରିଥଲେ l ଏହା ସହିତ ସେମାନେ କହିଥିଲେ ଯେ ଆଜିର ପଦଯାତ୍ରାକୁ ମିଳିଛି ଅଭୂତପୂର୍ବ ସଫଳତା । ଲୋକେ ପୁଣି ଖୋଜିଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ନୂଆ ସରକାର ଶାସନ କଳକୁ ଠିକ ଚଳାଇ ନପାରି ବ୍ୟାକଫୁଟକୁ ଚାଲିଯାଇଛି।ଖାଦ୍ୟ ନପାଇ ଆଦିବାସୀଙ୍କ ଜୀବନ ଯାଉଛି । ରାଜ୍ୟରେ ବଢିଚାଲିଛି ଗଣଦୁର୍ଷମ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ।ଧିମେଇଛି ବିକାଶ । ୪ମାସରେ ମୋହନ ସରକାରଙ୍କ ବିଫଳତା ଜଳଜଳ କରି ଦିଶୁଛି ଓଡ଼ିଶାବାସୀଙ୍କ ଆଗରେ । ବିଜେଡ଼ି ଆଜି ବି ରାଜ୍ୟରେ ସବୁଠୁ ଲୋକପ୍ରିୟ ଦଳ ଯାହା ପ୍ରକାଶ ପାଉଛି ପଦଯାତ୍ରାରୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ