ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ଓଡିଶ. ଯୁବ ଓ ନବୀନ ଓଡିଶା ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଏହି ଉତ୍ସବରେ ଅଧ୍ୟକ୍ଷତା ପୂର୍ବକ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସରକାରଙ୍କ ଏହି ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ହେମନ୍ତ କୁମାର ପରିଡା ମୋ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମର କାର୍ଯ୍ୟସୂଚୀକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ୩୫୦ଜଣ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ପ୍ରଫେସର ହେମନ୍ତ କୁମାର ଶତପଥୀ, ପ୍ରଫେସର ଡଃ. ଆଲୋକ କୁମାର ରାୟ, ପ୍ରଫେସର ଡଃ. ସଂଗ୍ରାମ କେଶରୀ ମହାନ୍ତି, ପ୍ରଫେସର ଭକ୍ତବନ୍ଧୁ ଓଝା, ପ୍ରଫେସର ଅମ୍ଳାନ କିରଣ ରାଉତ, ଅଧ୍ୟାପକ ଓମ ପ୍ରକାଶ ଦାସ, ଅଧ୍ୟାପିକା ପ୍ରଭାତୀ ଧଳ, ଅଧ୍ୟାପିକା ଶାଳିନୀ ପରିଡା, କ୍ରୀଡା ଶିକ୍ଷକ ସରୋଜକାନ୍ତ ଜେନା, ସରୋଜ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ପ୍ରମୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡକ୍ରସର ଯୁବ ପରାମର୍ଶଦାତ୍ତା ଡଃ. ହିମାଂଶୁ ଭୂଷଣ ପରିଡା ସଭାକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ