ଭିତରକନିକା ପରିଦର୍ଶନରେ ପଞ୍ଚାୟତ ରାଜ ମନ୍ତ୍ରୀ

ରାଜନଗର,(ୱା ଏନ ଏସ): ଭିତର କନିକା ଜାତୀୟ ଉଦ୍ୟାନରେ ଆଜି ପ୍ରାତଃ ଭ୍ରମଣ କରି ଭିତରକନିକା ଅଭୟାରଣ୍ୟରେ ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ଉପଭୋଗ କଲେ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ରଵି ନାରାୟଣ ନାୟକ।ଭିତରକନିକା ପ୍ରକୃତି ରାଣୀର ଅନନ୍ୟ ସୌନ୍ଦର୍ଯ୍ୟର ଉପହାରକୁ ଉପଭୋଗ କରିବାକୁ ଗତକାଲି ରାତିରେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ତାଙ୍କ ସହିତ ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗା ପ୍ରଶନ୍ନ ନାୟକ,ଏଵଂ ରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଲଳିତ କୁମାର ଵେହେରା ପ୍ରମୁଖ ଡାଙ୍ଗମାଳରେ ରାତ୍ରୀଯାପନ କରିଥିଲେ।ଆଜି ପ୍ରାତଃ ସମୟରେ ଏଠାର ହେନ୍ତାଳବନ,କୁମ୍ଭୀର ପ୍ରଜନନ କେନ୍ଦ୍ର ଵୁଲି ଦେଖିବା ସହ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ହରିଣ,ବାର୍ହା,କୁମ୍ଭୀର,ଵିଭିନ୍ନ ପ୍ରଜାତିର ଶରୀସୃପ,ପକ୍ଷୀମାନଙ୍କର କାକଳୀ ସାଙ୍ଗକୁ ଜଙ୍ଗଲ ମଧ୍ୟରେ ପ୍ରବାହିତ ନଦୀରେ ନୌକା ବିହାର ପରି ଭ୍ରମଣରେ ମନ୍ତ୍ରୀ ଆନନ୍ଦ ଅନୁଭବ କରି ପର୍ୟ୍ୟଟକଙ୍କ ପରି ଆକର୍ଷିତ ହୋଇଥିଲେ।ପରେ ଭୂଵନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ବି କର୍ମୀମାନେ ମନ୍ତ୍ରୀଙ୍କ ଆଗମନ ନେଇ ଅଜ୍ଞ ଅଛନ୍ତି।ମନ୍ତ୍ରୀଙ୍କ ଭିତରକନିକା ଯିବା ନେଇ ୪/୫ଜଣ କର୍ମୀଙ୍କୁ ଛାଡିଦେଲେ ସ୍ଥାନୀୟ ଵରିଷ୍ଠ ନେତାମାନେ ସୁରାକ ପାଇନଥିବା ଵେଳେ ଆଜି ବହୁ କର୍ମୀ ମନ୍ତ୍ରୀଙ୍କ ଖବର ଜାଣିନଥିବାରୁ ଦୁଃଖ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ