ଭlରତୀୟ ଜନସଞ୍ଚlର ସଂସ୍ଥାନ ଆଇଆଇଏମସି ଢେଙ୍କାନାଳ ବନ୍ୟାପ୍ରାଣୀ ପରିବେଶ ବିଷୟରେ ବୈଠକ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ବନଖଣ୍ଡ ଗୁରୁବାର ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳ ଓ ଢେଙ୍କାନାଳ ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ‘ବନ୍ୟପ୍ରାଣୀ ଓ ପରିବେଶ ପ୍ରସଙ୍ଗରେ ସୂକ୍ଷ୍ମାନୁଭବୀକରଣ ଓ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ’ ଶୀର୍ଷକ କର୍ମଶାଳା । ଆଇଆଇଏମ୍‌ସିର କମିଟି ହଲ୍‌ରେ ଆୟୋଜିତ ଏହି କର୍ମଶାଳାରେ ଢେଙ୍କାନାଳର ୨୩ଜଣ କାର୍ଯ୍ୟରତ ସାମ୍ବାଦିକ ଅଂଶଗ୍ରହଣ କରିଛନ୍ତି । ଏଥିରେ ଯୋଗଦେଇ ଶ୍ରୀ କର କହିଛନ୍ତି, ଗୋଟିଏ ପଟେ ଜନସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ପରିବେଶ ପ୍ରଦୂଷଣ ମଧ୍ୟ ବଢୁଛି । ଏହା ସବୁଠୁ ଚିନ୍ତାର ବିଷୟ । ଏଭଳି ସ୍ଥିତିରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ଅନେକ ସମୟରେ ସଂଘର୍ଷ ଦେଖିବାକୁ ମିଳୁଛି । ଫଳରେ ଅନେକ ଧନଜୀବନ କ୍ଷତି ହେଉଛି । ଏଥିପାଇଁ ଗଣମାଧ୍ୟମର ଏକ ବିଶେଷ ଭୂମିକା ରହିଛି । ବିଭିନ୍ନ ସକାରାତ୍ମକ ଷ୍ଟୋରୀ ଏବଂ କାହାଣୀ-କଥନ ମାଧ୍ୟମରେ ଲୋକଙ୍କୁ ଗଣମାଧ୍ୟମ ହିଁ ସଚେତନ କରାଇ ପାରିବ । ଏଥିସହିତ ପରିବେଶ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଗଣମାଧ୍ୟମ ଅଭିଯାନ ପରି ନେଇ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ପରିବେଶକୁ ସୁରକ୍ଷିତ ରଖିବା ଦାୟିତ୍ୱ କେବଳ ସରକାର ବା ପ୍ରଶାସନର ନୁହେଁ ବରଂ ପ୍ରତ୍ୟେକ ଜନସାଧାରଣ ନିଜ ଆଡୁ ଏଥିପାଇଁ ପ୍ରଚେଷ୍ଟା କରିବା ଦରକାର ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ