ମଙ୍ଗଳା ପୀଠରେ ହରିହର ମିଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପୀନାଥପୁର ଗ୍ରାମର ମା’ମଙ୍ଗଳା ମନ୍ଦିର ନିକଟରେ ସ୍ଥାପିତ ହର ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସହିତ ଗୋବିନ୍ଦ ଜୀଉଙ୍କ ହରିହର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ପ୍ରତିଷ୍ଠାତା ବିଶିଷ୍ଟ ଚିକିତ୍ସକ ତଥା ଗୋପୀନାଥପୁର ଗ୍ରାମର ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାୟଙ୍କ ଉଦ୍ୟମରେ ଗୋବିନ୍ଦ ଜୀଉ ଓ ହର ପାର୍ବତୀଙ୍କ ଅଲୌକିକ ମିଳନ ମାଧ୍ୟମରେ ଗ୍ରାମର ଏକ ନୂତନ ଆଧ୍ୟାତ୍ମିକ ପରମ୍ପରା ଆରମ୍ଭ ହୋଇଛି । ଏଥିରେ ଗ୍ରାମର ଆବାଳବୃଦ୍ଧ ବନିତା ଉପସ୍ଥିତ ରହି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଉତ୍ସାହୀ ଯୁବକଯୁବତୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ସହଯୋଗ କରିଥିଲେ ।