ମହାବୀର ମନ୍ଦିରର ଏକବିଂଶତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୀଳାଦ୍ରି ବିହାର ସେକ୍ଟର ଦୁଇ ସ୍ଥିତ ମହାବୀର ମନ୍ଦିରର ଏକବିଂଶତମ ପ୍ରତିଷ୍ଠା ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବରେ ସୋମବାର ଦିନ ଅଧିବାସ ଓ ଅଙ୍କୁରରୋପଣ ହୋଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଦିନ ପ୍ରତିଷ୍ଠା ଉତ୍ସବ, ସୁନ୍ଦରୀକାଣ୍ଡ, ପାରାୟଣ, ହନୁମାନ ଚାଳିଶା, ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦିନ ଧରି ସେକ୍ଟର ୨ ଠାରେ ପୂଜା ପାଉଥିବା ଶ୍ରୀ ଶ୍ରୀ ମହାବୀରଙ୍କର ଏହି ବାର୍ଷିକ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମହାବୀର ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ