ମହିଳାଙ୍କୁ ଲିଙ୍ଗଗତ ସମାନତା ଓ ସମ୍ମାନ ଦେବା ପାଇଁ ଆୱାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ଓ ଆଇଏସିଆର ସଖୀ ୱାନଷ୍ଟପ ସେଣ୍ଟର, ଏନଏମୱାଇସିଏସ ଶକ୍ତିସବନର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୨ରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ ଅତିଥ୍‌ଙ୍କୁ ସ୍ବାଗତ ଜଣାଇ ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମର ଅଧିକାରୀ କେ, ସୁନୀତା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଯାଜିକା ଓ ଏଲଏମ (ସ୍ବୟଂ ପ୍ରକଳ୍ପ) ଶିବାନୀ ପାଣିଗ୍ରାହୀ ଯୋଗ ଦେଇ ମହିଳାଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳିଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି କହିଥିଲେ। ଏହାସହ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ଏବଂ ଏସମ୍ପର୍କରେ ରହିଥିବା ଆଇନ ସମ୍ପର୍କରେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ଶିଶୁ ଅଧିକାର, ପିସି ପିଏନଡିଟି ଓ ସମ୍ପରି ଆଇନ ଉପରେ ଅବଗତ କରାଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟର ପିଓଆଇସି ଡମ୍ବୁରୁଧର ବଳବନ୍ତ ଜିଲ୍ଲାରେ ହେଉଥିବା ମହିଳା ଚାଲାଣ ଓ ଶିଶୁ ହେଲ୍ପଲାଇନ ୧୦୯୮ ବିଷୟରେ କହିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ମହିଳା ଓ ବାଳିକାଙ୍କ ପାଇଁ ରହିଥ‌ିବା ବିଭିନ୍ନ ସରକାରୀ ଯୋଜନା ଓ ଜିଲ୍ଲା ସାଂସ୍କୃତିକ ବିଭାଗ ଅଧିକାରୀ ଅର୍ଜନାମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ମହିଳା ଓ ବାଳିକାଙ୍କ ଉପରେ ହେଉଥିବା ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ସେ ବିଷୟରେ କହିଥିଲେ । ମୁଖ୍ୟଅତିଥ୍ ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଲିଙ୍ଗଗତ ସମାନତା ଓ ମହିଳାଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟା ସୁଜାତା ପଟ୍ଟନାୟକ ଏବଂ ମମତାରାଣୀ ଶତପଥୀ, ଆକ୍ସନ ଆଡ ଜିଲ୍ଲା ସଂଯୋଜକ ଶେଷଦେବ ଭୋଇ, ଶକ୍ତିସଦନର ସୁପେରିଟେଣ୍ଡେଣ୍ଟ ମଞ୍ଜୁଳତା ଆଚାର୍ଯ୍ୟ, ଆଇଏସଆରଡ଼ି ୱାନଷ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକ ସୁନିତା ରଥ, ଆକାଂକ୍ଷାର ସମ୍ପାଦିକା ମିନା କୁମାରୀ ଟହଲ, ଆଇଏସଆରଡ଼ିର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ ବକ୍ତବ୍ୟ ରଖୁଥିଲେ | ଅଙ୍ଗନବାଡି କର୍ମୀ, ସୁପରଭାଇଜର, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆଇଏସଆରଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଶକ୍ତିସଦନର କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ତଥା ଗୋଷାଣି ବ୍ଲକର ଭାରପ୍ରାପ୍ତ ସିଡ଼ିପିଓ ସାରଳା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ