ମାଟ୍ରିକ , +୨ ଟପ୍ପର, ସମାଜସେବୀ ଓ ଶିଳ୍ପୀଙ୍କୁ ବିଶ୍ୱକର୍ମା ପୂଜା ଅବସରରେ ସମ୍ମାନିତ କଲା ବିଶ୍ୱକର୍ମା ସମାଜ
ଧରାବତରଣ କଲେ ଦେବଶିଳ୍ପୀ ବିଶ୍ୱକର୍ମା
ହିଞ୍ଜିଳିକାଟୁ, ଯୁଗାବ୍ଦନ୍ୟୁଜ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସହର ବରାହୀ ପାହାଡ ପାଦଦେଶରେ ପ୍ରତିଷ୍ଠିତ ସର୍ବପୁରାତନ ବିଶ୍ୱକର୍ମା ମନ୍ଦିରରେ ବଢେଇକୂଳ ପକ୍ଷରୁ ଶନିବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ରୀତିନୀତି ଅନୁଯାୟୀ ଯଜ୍ଞୋପବିତ ଧାରଣ ଓ ପୁର୍ଣ୍ଣାହୁତି ପୂଜାର୍ଚ୍ଚନା ସଂପନ୍ନ ହୋଇଥିଲା । ବଢେଇକୂଳ ପକ୍ଷରୁ ଶ୍ରୀ ବିଗ୍ରହଙ୍କୁ ପ୍ରସାଦ ଯାଚନା କରି କୃପାଭିକ୍ଷା କାମନା କରିଥିଲେ । ସେହିପରି ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ବଢେଇକୂଳ ପକ୍ଷରୁ ସ୍ଥାନୀୟ ପୈାରାଞ୍ଚଳ ସିନେମାହଲ ଛକ ଠାରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଦେବଶିଳ୍ପୀଙ୍କ ମୃଣୟ ପ୍ରତିମାକୁ ପୂଜାର୍ଚ୍ଚନା କରାଯିବା ସହପୂ ଜାତ୍ସୋବ ମହାଆଡମ୍ବର ସହକାରେ ପାଳନ କରାଯାଇଥିଲା। ଦକ୍ଷିଣ ଓଡିଶା ବିଶ୍ୱକର୍ମା(ବଢେଇକୂଳ) ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ଉପଲକ୍ଷେ ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ଠାରେ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ଏକ ମହାଅଧିବେଶନ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡିଶା ବିଶ୍ୱକର୍ମା (ବଢେଇକୂଳ) ସମାଜ ପୂର୍ବଖଣ୍ଡ ତାଲୁକା ସଭାପତି ସନ୍ତୋଷ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗତବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୩ ଜଣ ମାଟ୍ରିକ ଟପ୍ପର ଶିକ୍ଷାର୍ଥୀ, +୨ ବିଜ୍ଞାନ ଟପ୍ପର ଅମିତ ମହାରଣା, ୧୩ ଜଣ ବରିଷ୍ଠ ସମାଜସେବୀ ଓ ଶିଳ୍ପୀ, ୮ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର, ଉପଢୈକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ କୂଳର ୫ଜଣ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ହୁଇଲ ଚେୟାର, ଆଶାବାଡି କିଟ୍ ପ୍ରଦାନ କରାଯାଇଥିଲା । ସମ୍ପାଦକ ତାରାପ୍ରସାଦ ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସଭାପତି ରମେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରାଜଶ୍ରୀ କୃଷ୍ଣ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଦୀପ ମହାରଣା, ଉପସଭାପତି ରଘୁନାଥ ମହାଣା, ପଦ୍ମ ମହାରଣା, ପ୍ରଦୀପ ମହାଣା, ପୁର୍ଣ୍ଣଚନ୍ଦ୍ର ମହାଣା, ରାମ ମହାରଣା, ବାବାନାଥ ମହାରଣା, କେଶବ ମହାରଣା, ପ୍ରଭାତ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳର ସହସ୍ରାଧିକ କର୍ମକର୍ତ୍ତା, ସଦସ୍ୟ ଓ କୂଳଭାଇ ଉପସ୍ଥିତ ଥିଲେ । ଅନୁରୂପ ଭାବେ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଜନସ୍ୱାସ୍ଥ୍ୟ ବିଭାଗ, ଜଳ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳସମ୍ପଦ, ପୌର, ବ୍ଳକ, ରାସ୍ତା ଓ କୋଠାବାଡି, ବିଦ୍ୟୁତ୍ ବିଭାଗ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଯାନ୍ତ୍ରିକ ଅନୁଷ୍ଠାନରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି ।