ମାନବାଧିକାର ଉଲଂଘନ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଧିକାରୀ ଡାକ୍ତର କାମାକ୍ଷା ବିଷୋୟୀଙ୍କୁ ମାନବାଧିକାର ଉଲଂଘନ ଅଭିଯୋଗରେ ଓଡିଶା ମାନବାଧିକାର କମିଶନଙ୍କ କେସ ନଂ ୨୮୮୮/୨୦୨୪ , ତା ୦୮/୧୦/୨୪ ଅନୁଯାଇ କାରଣ ଦର୍ଶାଅ ନୋଟିସ ଆସିଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ବୁଗୁଡା ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକ ଓ ସାଧାରଣ ଜନତାଙ୍କୁ କେତକ ସୁବିଧା ଦେବାକୁ ଏକ ଦାବିପତ୍ର ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସରଙ୍କୁ ପ୍ରଦାନ କରିଥିଲେ। ମାତ୍ର ମେଡ଼ିକାଲ ଅଫିସର ଡାକ୍ତର କାମାକ୍ଷା ବିଷୋୟୀ ତାହା ଗ୍ରହଣ ନକରି ଫୋପାଡ଼ି ଦେଇ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି କେତକ ଖବର କାଗଜରେ “ବରିଷ୍ଠ ନାଗରିକଙ୍କୁ ମେଡ଼ିକାଲ ଅଫିସରଙ୍କ ଦୁର୍ବ୍ୟବହାର ଅଭିଯୋଗ” ଶିରୋନାମାରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପଢିବା ପରେ ମାନବାଧିକାର ସାମାଜିକ କର୍ମୀ ଆଡଭୋକେଟ ରଞ୍ଜିତ କୁମାର ପାତ୍ର ଓଡିଶା ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ବିଷୟରେ ଅଭିଯୋଗ ପରେ ମାନବାଧିକାର କମିଶନ ଅଧ୍ୟକ୍ଷ ଆସନ୍ତା ୨୪ ଜାନୁଆରୀ ୨୦୨୫ ମଧ୍ୟରେ ଜବାବ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଓ ଡାକ୍ତର କାମାକ୍ଷା ବିଷୋୟୀଙ୍କ ନିକଟକୁ ନୋଟିସ ପଠାଯାଇଥିବା ନେଇ ଆଇନଜୀବି ପାତ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ