ମେଧାବୀ ବିଦ୍ୟାର୍ଥୀଙ୍କୁ ” ବିଦ୍ୟାଜ୍ୟୋତି ସମ୍ମାନ ” ସମାରୋହ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ, ପରିସରରେ ” ବିଦ୍ୟାଜ୍ୟୋତି ସମ୍ମାନ ” ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ ” ଭରସା ” ଆନୁକୂଲ୍ୟରେ ଓ ଏବିଭିପି ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭରସାର ଉପଦେଷ୍ଟା ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ l ମୁଖ୍ୟବକ୍ତା ରୂପେ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଓ ,ସମ୍ମାନୀତି ଅତିଥି ରୂପେ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା, ବିଶିଷ୍ଟ ସମାଜସେଵୀ ରାମଚନ୍ଦ୍ର ପୃଷ୍ଟି ଓ ବିଶ୍ୱବ୍ୟାଙ୍କର ସାମାଜିକ ଉନ୍ନୟନ ବିଶେଷଜ୍ଞ ବିନୋଦ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ l ଭରସାର ସମ୍ପାଦକ ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି ଉତ୍ସବରେ ଓଏଏସ ସିଏଚ. ଗାୟତ୍ରୀ, ମାନସ କୁମାର ବେହେରା,ଗୌରୀଶଙ୍କର ବେହେରା ମଞ୍ଚାସିନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ମିଡ଼ିଆ ହାଉସର ଉପଦେଷ୍ଟା ଲକ୍ଷ୍ମୀପାଢ଼ୀ, ସାମ୍ବାଦିକ ସୁଧୀର କୁମାର ନାହାକ ଉପସ୍ଥିତ ଥିଲେ lପ୍ରଧାନଶିକ୍ଷୟତ୍ରୀ ତଥା ସୁଲେଖିକା ବିଦ୍ୟୁତଲତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ
ଓ ଅତିଥି ପରିଚୟ ପ୍ରଦାନ କରିଥିଲେ,ଭରସା ର ସହ ସମ୍ପାଦକ ବିନୋଦ କୁମାର ପଲେଇ lସ୍ୱଛାସେବୀ ଉମାଶଙ୍କର ଦାଶଙ୍କ ତତ୍ୱାବଧାନରେ ଚଳିତ ବର୍ଷ ଓଏଏସ ପାଇଥିବା ସିଏଚ. ଗାୟତ୍ରୀ, ମାନସ କୁମାର ବେହେରା, ଗୌରୀଶଙ୍କର ବେହେରା ଓ ଡାକ୍ତର ପାଇଥିବା ଅର୍ପିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ମେଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ବାୟାବାବୁ ସାହୁ, ଦୁର୍ଗା ମାଧବ ବାରିକଙ୍କ ସମେତ ଗଞ୍ଜାମ ବ୍ଲକ ଗଞ୍ଜାମ ବ୍ଳକ, ଗଞ୍ଜାମ ଏନଏସି, ରମ୍ଭା ଏନଏସି ଅନ୍ତର୍ଗତ ୨୫ଟି ଉଚ୍ଚ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ପ୍ରଥମ ଟପ୍ପର ବିଦ୍ୟାର୍ଥୀ, ସାତଟି ମହାବିଦ୍ୟାଳୟର ଯୁକ୍ତଦୁଇ ଟପ୍ପର,ଯୁକ୍ତତିନି ଟପ୍ପର ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଟପ୍ପର ଓ ଦୁଇଟି ଆଇଆଇଟି ଟପ୍ପର ବିଦ୍ୟାର୍ଥୀଙ୍କୁ ସମ୍ମାନୀତି କରାଯାଇଥିଲା l ବ୍ଳକଟପ୍ପର ହୋଇଥିବା ଖଣ୍ଡଦେଉଳି ହାଇସ୍କୁଲର ପ୍ରଧାନଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ଼ଙ୍କୁ ସମ୍ମାନୀତି କରାଯିବା ସହ ଉକ୍ତ ବିଦ୍ୟାଳୟକୁ ରନିଙ୍ଗସିଲ ପ୍ରଦାନ କରାଯଇଥିଲା l ପାଞ୍ଚସହ ମାର୍କ ରଖିଥିବା ଟପ୍ପର ବିଦ୍ୟାର୍ଥୀଙ୍କ 8ଟି ବିଦ୍ୟାଳୟ ଲଙ୍ଗଳେସ୍ୱର ହାଇସ୍କୁଲ (ବୁରୁଡି ), ପଞ୍ଚାୟତ ହାଇସ୍କୁଲ (ସନ୍ତୋଷପୁର ), ରାଜପୁର ହାଇସ୍କୁଲ, କରପଡା ହାଇସ୍କୁଲ, ସରସ୍ବତୀ ଶିଶୁମନ୍ଦିର, (ଗଞ୍ଜାମ,), ଜୟଶ୍ରୀ କେମିକାଲ ସ୍କୁଲ (ଗଞ୍ଜାମ ), ଓଡିଶା ଆଦର୍ଶବିଦ୍ୟାଳୟ (ଶତ୍ରୁସୋଲ )ର ପ୍ରଧାନଶିକ୍ଷକଙ୍କୁ ସମ୍ମାନୀତି କରାଯାଇଥିଲା l ଏହାକୁ ଶିକ୍ଷକ ପ୍ରଭାତ ମହାରଣା, ବାବୁ ପଣ୍ଡା,ପ୍ରବାସୀ ଭାରତୀୟ ସୁକାନ୍ତ ମଣ୍ଡଳ ପରିଚଳନା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ସ୍ୱଛାସେବୀ ପ୍ରଭାତ କୁମାର ସାହୁ l ଦୀର୍ଘ ୨୫ବର୍ଷଧରି ଭରସା ଅନୁଷ୍ଠାନ ପକ୍ଷରୁ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ