ରାଜ୍ୟ ବିଜେପି କୃଷକମୋର୍ଚା ସଭାପତିଙ୍କ ବିଭିନ୍ନ ଯୋଜନା ସମୀକ୍ଷା ଓ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଚାଷୀ ମାନଙ୍କ ଆୟ କୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଏହି ସବୁ କୃଷକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ଠିକଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ସଫଳ ରୂପାୟନ ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ମୟୁରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା, କରଂଜିଆ ଓ ଶୃକୃଳି ବ୍ଲକ ର କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟ ରେ କରଂଜିଆ କୃଷି ଜିଲ୍ଲା ଅଧିକାରୀ ରବିନ୍ଦ୍ର କୁମାର ସାହୁ, ଠାକୁରମୁଣ୍ଡା ବ୍ଲକ କୃଷି ଅଧିକାରୀ କ୍ଷୀରୋଦ ଚାନ୍ଦ, ବାରିହାଲ କିସ୍କୁ ଙ୍କ ସମେତ ସମସ୍ତ କୃଷି ଅଧିକାରୀ ଓ କର୍ମଚାରୀ ଏବଂ କରଞ୍ଜିଆ ଉଦ୍ୟାନ କୃଷି ଅଧିକାରିଣୀ ଲକ୍ଷ୍ମୀପ୍ରିୟା ନାଏକ ଉପସ୍ଥିତ ଥିଲେ। ଓଡିଶା ରାଜ୍ୟ କୁ ଖାଦ୍ୟଶସ୍ୟ ରେ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ଚାଷୀ ମାନଙ୍କୁ ଆଳୁ ବିହନ, ମୁଗ, ବିରି, ସୋରିଷ, ମଶୁର, ଶୋଲା, ମଟର ଓ ସୂର୍ଯ୍ୟମୁଖୀ ବିହନ ମାଗଣାରେ ଚାଷୀ ମାନଙ୍କୁ ଯୋଗାଇ ଦେଉଛନ୍ତି। ତତ ସହିତ ସାର ଓ କୀଟନାଶକ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି। ଏହି ସବୁ ଜିନିଷ ସଠିକ ଚାଷୀ ମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ମହେଶ୍ଵର ସାହୁ କରିଥିଲେ। ବିହନ ପାଇ ଚାଷ କରିଥିବା କୁଳିପଶି ଓ ନୂଆଗାଁ ର ଚାଷୀ ଙ୍କ ଜମି କୁ ମଧ୍ୟ ଯାଇ ଆଳୁ ଫସଲ ବୁଲି ଦେଖିଲେ । କରଂଜିଆ ବ୍ଲକ ରେ ଚଳିତ ବର୍ଷ ୨୮୧ ଜଣ ଚାଷୀ ଏକ ଶହ ଏକର ଜମି ରେ ଆଳୁ ଚାଷ କରି ସଫଳତା ପାଇଛନ୍ତି। ଏହି ପରିଦର୍ଶନ ସମୟ ରେ କରଂଜିଆ ବିଧାୟକ ପଦ୍ମଚରଣ ହାଇବୃରୁ, ବିଜେପି କୃଷକ ଜିଲ୍ଲା ସଭାପତି ମଦନ ମହାନ୍ତ, ମହେଶ୍ଵର ସାହା , ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ବିମଲ କୁମାର ସେନାପତି,ଜିଲ୍ଲା କୃଷକ ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ମହାନ୍ତ ଗଗନ ବିହାରୀ ପୃଷ୍ଠି, ରଘୁନାଥ ନାୟକ, ତ୍ରିନାଥ ମହାନ୍ତ, ବିଚ୍ଛେନ୍ଦ୍ ବେହେରା, ଆଶିଷ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ବାରିକ, ମୁନା ପଲେଇ, ଅନୁପମା ମହାନ୍ତ, ବବିତା ଦାସ, ବାସୁଦେବ ବସା, ବିଶୂନାଥ ମହାନ୍ତ, ବନମାଳୀ ମହାନ୍ତ, ଜମୁନା ମୁଣ୍ଡା, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଓ ଚାଷୀ ଉପସ୍ଥିତ ଥିଲେ।