ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ତହସଲଦାରଙ୍କୁ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଓଷକଣା ପଂଚାୟତ ଭଟଣା (ପୁରୁଣା ଭଟଣା) ଗ୍ରାମର ଗ୍ରାମ୍ୟ ରାସ୍ତା ଜବରଦଖଲକାରୀଙ୍କ ପାଇଁ ଗାଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏସଂକ୍ରାନ୍ତରେ ଗ୍ରାମବାସୀ ଗୁରୁବାର ତହସିଲଦାର ଶିବାଶୀଷ ପରିଡାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ କିଛି ଲୋକ ସରକାରୀ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି । ଯାହାଫଳରେ ରାସ୍ତା ନିର୍ମାଣରେ ବାଧକ ସାଜିଛି । ଏସଂକ୍ରାନ୍ତରେ ଗତ ଅଗଷ୍ଟ ୨୭ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଜବରଦଖଲ କରାଯାଇଥିବା ସ୍ଥାନକୁ ଉଚ୍ଛେଦ କରାଯାଇ ଗ୍ରାମ୍ୟ ରାସ୍ତା ନିର୍ମାଣରେ ସହଯୋଗ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଯଦି ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରା ନ ଯାଏ ତେବେ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି । ଗ୍ରାମର ଆଶିଷ କୁମାର ଜେନା, ବସନ୍ତ ମହାନ୍ତି, ମୁନା ସ୍ୱାଇଁ, ନକୁଳ ଚନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଉକ୍ତ ଅଭିଯୋଗ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ