ଶେରଗଡ ସହର ଚତୁଃପାଶ୍ୱର୍ରେ ଡମ୍ପିଂୟାର୍ଡ,ସ୍ବଚ୍ଛ ଭାରତ ମିଶନ ଫେଲ

ଶେରଗଡ, (ଅନୀଲ କୁମାର ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତା କୁ ପ୍ରାଧାନ୍ୟ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି। ଶେରଗଡ ବ୍ଲକର ଶେରଗଡ ସହରର ବିଭିନ୍ନ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେକୌଣସି ବ୍ୟକ୍ତି ଶେରଗଡ ସହର କୁ ପ୍ରବେଶ କରିବ,ସେ ପ୍ରଥମେ ରାସ୍ତା କଡରେ ପାହାଡ ପରି ଅଳିଆ ଗଦା ରୁ ବାହାରୁଥିବା ଦୁର୍ଗନ୍ଧ ର ମହକ ସ୍ବାଗତ କରିବ। ଯେମିତି କଥାରେ ଅଛି, ଗ୍ରାମ ନିର୍ମଳ ର ପରିଚୟ ଧୋବାତୁଠ ରୁ। କହିବାକୁ ଗଲେ ସ୍ବଚ୍ଛ ଭାରତ ଯୋଜନା ଶେରଗଡ ସହରରେ ବାଟବଣା ହୋଈଛି। ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ଅସ୍ବସ୍ତିକର ପରିବେଶ ସୃଷ୍ଟି ହୋଇଛି। ସରକାର ପ୍ରତି ଘରେ ଶୌଚାଳୟ ବ୍ୟବହାର କରିବା ସହିତ ରାସ୍ତାରେ ଅଳିଆ,ଆବର୍ଜନା ନପକାଈବା ଲାଗି ଡଷ୍ଟବିନ ର ବ୍ୟବସ୍ଥା କରିଛନ୍ତି। ଏହାର ସଦୁପଯୋଗ କରିବାକୁ କଲୋନୀ, ସାହି,ରାସ୍ତା ଘାଟ ଆଦି ପରିଷ୍କାର ରଖିବା ଲାଗି ଅଳିଆ ଆବର୍ଜନା କୁ ଡଷ୍ଟବିନ ରେ ପକାଈବା ଲାଗି ଜନସାଧାରଣ ଙ୍କୁ ସଚେତନ କରିବା ସହିତ ଅନୁରୋଧ କରିଛନ୍ତି। ଏପରିକି ଶେରଗଡ ସହର କୁ ସ୍ବଚ୍ଛ ରଖିବା ଲାଗି ଶେରଗଡ ପଞ୍ଚାୟତ ପକ୍ଷରୁ ଅଢେଇ ଲକ୍ଷ ଟଙ୍କା ବ୍ୟୟରେ ଏକ ଏମଏମସିଏମଆରଏଫ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ଶେରଗଡ ସହରର ପ୍ରତ୍ୟେକ ଓର୍ଡ ଏବଂ ବଜାରରୁ ବାହାରୁଥିବା ଅଳିଆ ଡମ୍ପିଂୟାର୍ଡ କୁ ଯିବନାହିଁ। ଦୈନିକ ଆବର୍ଜନା କୁ ପ୍ରକ୍ରିୟା କରଣ କରାଯାଈ ସେଥିରୁ କମ୍ପୋଷ୍ଟ ଖତ ତିଆରି କରିବା ଲାଗି ବ୍ୟବସ୍ଥା କରାଯାଇଛି ଏବଂ ଉକ୍ତ ଖତ କୁ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି କିନ୍ତୁ ଦୁର୍ଭାଗ୍ୟ ର ବିଷୟ, କାମ ସରି ଈତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏମଏମସିଏମଆରଏଫ କାର୍ଯ୍ୟକାରୀ ହୋଈପାରୁନାହିଁ। କିନ୍ତୁ ବଜାର କୁ ଆସୁଥିବା ବେପାରୀ ମାନେ ନିଜର ଅନାବଶ୍ୟକ ଜିନିଷ କୁ ଏଣେତେଣେ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି। ବଜାର ରୁ ପ୍ରତ୍ୟେକ ଦିନ ବାହାରୁଥିବା ଅଳିଆ କୁ ବଜାର ସଫେଇ ଦାୟିତ୍ୱ ରେ ଥିବା କର୍ମୀ ସଫା କରି ସହର ପ୍ରବେଶ ର ମୂଖ୍ୟ ଦ୍ୱାର ମାନଙ୍କ ରେ ପକାଉଥିବା ଦେଖିବାକୁ ମିଳିଛି। ଯେଉଁଥିଲାଗି ଶେରଗଡ ସହରର ଚତୁଃପାର୍ଶ୍ବ ଡମ୍ପିଂୟାର୍ଡ ପାଲଟିଛି। ଡମ୍ପିଂୟାର୍ଡ ରୁ ନିର୍ଗତ ଦୁର୍ଗନ୍ଧ ଦ୍ୱାରା ସାଧାରଣ ଲୋକ, ଛାତ୍ରଛାତ୍ରୀ ମାନେ ବେଶୀ ବୁଲାବୁଲି କରିପାରୁନାହାନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେହି ସବୁ ରାସ୍ତାରେ ପ୍ରତି ଦିନ ହଜାର ହଜାର ଲୋକ, ଗାଡି ମୋଟର ମେଡ଼ିକାଲ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଲାଗି ଯାତାୟାତ କରିଥାନ୍ତି। କିନ୍ତୁ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ଚୁପ ବସିଛନ୍ତି। ଏହି ଘଟଣା କୁ ନେଇ ଆମେ ଶେରଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ ଙ୍କ ମତାମତ ନେବାରୁ ସେ ପ୍ରକାଶ କରିଥିଲେ ଯେ,ଶେରଗଡ ସହର କୁ ସ୍ବଚ୍ଛ ଓ ସୁନ୍ଦର ପରିବେଶ ଲାଗି ସମସ୍ତ କାର୍ଯ୍ୟ କରାଯାଉଛି ଏବଂ ଉପୁଜିଥିବା ସମସ୍ୟା ର ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଙ୍କ ଉକ୍ତ ଅସୁବିଧା କୁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବା ନିହାତି ଜରୁରୀ ନଚେତ ଏହାର ଯଦି ସ୍ଥାୟୀ ସମାଧାନ ନହୁଏ, ଆଗାମୀ ଦିନରେ ଶେରଗଡ ବିକାଶ ମଞ୍ଚ ଓ ସହରବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଈଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ